ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହେଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ

ଭୁବନେଶ୍ୱର- ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହୋଇଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ବହିଷ୍କୃତ ଆଇଏଫଏସ ଅଧିକାରୀ ଅଭୟ ପାଠକଙ୍କ ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ଇଡିରେ ହାଜର ହୋଇଛନ୍ତି ଗୋପାଳପୁର ବିଧାୟକ । ଚତୁର୍ଥ ଥର ନୋଟିସ ପରେ ସେ ହାଜର ହୋଇଛନ୍ତି । ଗତ ଶୁକ୍ରବାର ପ୍ରଦୀପଙ୍କ ଝିଅ ଶ୍ରୁତି ମଧ୍ୟ ଏହି ମାମଲାରେ ଇଡିରେ ହାଜର ହୋଇ ଜେରାର ସମ୍ମୁଖୀନ ହୋଇଥିଲେ । ପୂର୍ବରୁ ବହିଷ୍କୃତ ଆଇଏଫଏସ ଅଧିକାରୀ ଅଭୟ ପାଠକଙ୍କ ମଧ୍ୟ ଇଡି ଜେରା କରିଥିଲା ।

Comments are closed.