ବିଧାନସଭା ଅଧିବେଶନ ନେଇ ବାଚସ୍ପତିଙ୍କ ସର୍ବଦଳୀୟ ବୈଠକ

ଭୁବନେଶ୍ୱର- ବିଧାନସଭାର ଶୀତକାଳୀନ ଅଧିବେଶନ ଡିସେମ୍ବର ପହିଲାରୁ ଆରମ୍ଭ ହେଉଥିବା ବେଳେ ସେ ନେଇ ଆଜି ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ବସିଛି । ବୈଠକ ପରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି ଯେ, ଅଧିବେଶନରେ ଦିନକୁ ୫ ଘଂଟା ଗୃହକାର୍ଯ୍ୟ ଚାଲିବ । ପୂର୍ବାହ୍ନରେ ସାଢେ ୧୦ରୁ ସାଢେ ଗୋଟାଏ ଯାଏଁ ବସିବ ଗୃହକାର୍ଯ୍ୟ । ପୁଣି ଅପରାହ୍ନ ୪ଟାରୁ ୬ଟା ଯାଏଁ ବସିବ ଦ୍ୱିତୀୟ ପର୍ଯ୍ୟାୟ ଗୃହକାର୍ଯ୍ୟ । ଡିସେମ୍ବର ପହିଲାରୁ ୩୧ ତାରିଖ ଯାଏଁ ଚାଲିବ ଅଧିବେଶନ । ପ୍ରଥମ ଦିନ ଅପରାହ୍ନ ୫ଟାରେ ଉପସ୍ଥାପିତ ହେବ ଅତିରିକ୍ତ ବଜେଟ୍ ।

Comments are closed.