ଡିଏମଇଟିଙ୍କ ସୂଚନା : ଓମିକ୍ରନ ସଂକ୍ରମିତ ଦେଶରୁ ଆସୁଥିବା ଯାତ୍ରୀଙ୍କ ହେବ ଆରଟି-ପିସିଆର୍ ଟେଷ୍ଟ, ନେଗେଟିଭ ଥିଲେ ବି ପୃଥକବାସ ବାଧ୍ୟତାମୂଳକ

ଭୁବନେଶ୍ୱର- କୋରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଦ୍ୱାରା ସଂକ୍ରମଣ ବ୍ୟାପିବାର ଆଶଙ୍କା ଥିବାରୁ ସବୁ ରାଜ୍ୟକୁ ସତର୍କ ରହିବା ପାଇଁ କେନ୍ଦ୍ର ସରକାର ନିିର୍ଦ୍ଦେଶ ଦେଇଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କ ସହ ବୈଠକ ପରେ ଡିଏମଇଟି ସୂଚନା ଦେଇଛନ୍ତି ଯେ, ସଂକ୍ରମିତ ଦେଶରୁ ଆସୁଥିବା ଯାତ୍ରୀଙ୍କ ଆରଟି-ପିସିଆର୍ ଟେଷ୍ଟ କରାଯିବ । ନେଗେଟିଭ ଥିଲେ ମଧ୍ୟ ୭ ଦିନିଆ ପୃଥକବାସ ବାଧ୍ୟତାମୂଳକ ବୋଲି ଡିଏମଇଟି ରମାରମଣ ମହାନ୍ତି କହିଛନ୍ତି । ୭ ଦିନ ପରେ ପଜିଟିଭ ବାହାରିଲେ ଚିହ୍ନଟ ଓ ଚିକିତ୍ସା କରାଯିବ । ଜିନୋମ ସ୍ୱିକ୍ୱେନ୍ସିଂ ପରେ ପଦକ୍ଷେପ ନିଆଯିବ ବୋଲି ଡିଏମଇଟି କହିଛନ୍ତି । ରାଜ୍ୟକୁ ଆସୁଥିବା ସନ୍ଦିଗ୍ଧଙ୍କୁ ଖବର ଦେବାରୁ କେନ୍ଦ୍ରକୁ କୁହାଯାଇଛି ବୋଲି ଡିଏମଇଟି କହିଛନ୍ତି ।

Comments are closed.