ଓମିକ୍ରନ ଆଶଙ୍କା ପରିପ୍ରେକ୍ଷୀରେ ସଂଧ୍ୟାରେ କୋଭିଡ ସ୍ଥିତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର- ଆଜି ସଂଧ୍ୟା ସାଢେ ୬ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଭିଡ ସମୀକ୍ଷା କରିବେ । କୋଭିଡର ନୂଆ ଭୂତାଣୁ ଓମିକ୍ରନ ସଂକ୍ରମଣ ନେଇ ଆଶଙ୍କା ସୃଷ୍ଟି ହୋଇଥିବା ବେଳେ ଏହାର ମୁକାବିଲା କିଭଳି କରାଯିବ, ସେ ନେଇ ଆଲୋଚନାରେ କରିବେ ମୁଖ୍ୟମନ୍ତ୍ରୀ । ଓମିକ୍ରନକୁ ନେଇ ସତର୍କ ରହିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସବୁ ରାଜ୍ୟକୁ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟ ସରକାର ମଧ୍ୟ ବିଦେଶ ଫେରନ୍ତାଙ୍କ ଉପରେ ତୀକ୍ଷ୍‌ଣ ନଜର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସଂକ୍ରମିତ ଦେଶରୁ ଆସୁଥିବା ଯାତ୍ରୀଙ୍କ ଆରଟିପିସିଆର ଟେଷ୍ଟ କରାଯିବ । ନେଗେଟିଭ ଥିଲେ ମଧ୍ୟ ୭ ଦିନିଆ ପୃଥକବାସକୁ ବାଧ୍ୟତାମୂଳକ କରିଛନ୍ତି ରାଜ୍ୟ ସରକାର ।

Comments are closed.