ଭୁବନେଶ୍ୱର- ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ପାଶ୍ୱର୍ବର୍ତ୍ତୀ ଆଣ୍ଡାମାନ ସାଗର ଅଞ୍ଚଳରେ ଲଘୁଚାପ କେନ୍ଦ୍ରୀଭୂତ ହୋଇଛି । ଆଜି ଏହା ଅବପାତରେ ରୂପାନ୍ତରିତ ହେବା ସମ୍ଭାବନା ରହିଛି । ଆସନ୍ତାକାଲି କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ବାତ୍ୟାର ରୂପ ନେଇପାରେ । ବାତ୍ୟା ରୂପ ନେଲେ ଆସନ୍ତା ୪ ତାରିଖରେ ଉପକୂଳ ଓଡିଶାରେ ସର୍ବାଧିକ ପ୍ରଭାବ ସମ୍ଭାବନା ରହିଛି । ଆସନ୍ତାକାଲିଠାରୁ ୫ ଯାଏ ସମୁଦ୍ରକୁ ଯିବାକୁତ୍ତମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି ।