ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ରାଜ୍ୟ ସରକାର ତତ୍ପର, ଆଜି ବିଭିନ୍ନ ଜିଲ୍ଲାକୁ ପଠାଯିବ ରେସପନ୍ସ ଟିମ୍

ଭୁବନେଶ୍ୱର- ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ତତ୍ପର ହୋଇ ଉଠିଛି ରାଜ୍ୟ ପ୍ରଶାସନ । ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । ବାତ୍ୟା ମୁକାବିଲା ପାଇଁ ଆଜିଠାରୁ ପ୍ରଭାବିତ ହେବାକୁ ଥିବା ବିଭିନ୍ନ ଜିଲ୍ଲାକୁ ରେସପନ୍ସ ଟିମ୍ ପଠାଯିବାକୁ ନିଷ୍ପତ୍ତି ହୋଇଛି । ଆବଶ୍ୟକ ଅନୁସାରେ ୨୦ଟି ଓଡ୍ରାଫ ଟିମ୍ ୬୦ ୟୁନିଟ ହୋଇ ବିଭିନ୍ନ ଜିଲ୍ଲାରେ ନିୟୋଜିତ ହେବେ । ୧୪ଟି ଏନଡିଆରଏଫ ଟିମ୍ ୨୮ଟି ୟୁନିଟରେ କାର୍ଯ୍ୟ କରିବା ପାଇଁ ନିୟୋଜିତ ହେବେ । ଏ ନେଇ ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା । ୨ ଶହ ଅଗ୍ନିଶମ ଟିମ୍‌ଙ୍କୁ ଆବଶ୍ୟକତା ଅନୁସାରେ ମୁତୟନ କରାଯିବ । ଶୁକ୍ରବାର ସକାଳ ସୁଦ୍ଧା ଏସବୁ ଟିମ୍ ବିଭିନ୍ନ ଜିଲ୍ଲାରେ ମୁତୟନ ହୋଇସାରିଥିବେ ବୋଲି ଏସଆରସି ସୂଚନା ଦେଇଛନ୍ତି । ଆବଶ୍ୟକ ପଡିଲେ ଏନଡିଆରଏଫଠାରୁ ଆଉ ୧୦ଟି ଟିମ୍ ମଧ୍ୟ ଅଣାଯାଇପାରେ । ଗତକାଲି ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ବାତ୍ୟା ମୁକାବିଲା ପାଇଁ ବିଭିନ୍ନ ନିଷ୍ପତ୍ତି ନିଆଯାଇଥିଲା ।

Comments are closed.