ୱେଲ୍ ମାର୍କ୍‌ଡ ଲୋ ପ୍ରେସରରେ ପରିଣତ ହେଲା ଲଘୁଚାପ ବଳୟ

ଭୁବନେଶ୍ୱର – ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ ବଳୟ ୱେଲ୍ ମାର୍କଡ ଲୋ ପ୍ରେସରରେ ପରିଣତ ହୋଇଛି । ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଲଘୁଚାପ ୧୨ ଘଣ୍ଟାରେ ଅବପାତରେ ପରିଣତ ହେବ ଓ ୨୪ ଘଣ୍ଟାରେ ବାତ୍ୟାର ରୂପ ନେବା ସମ୍ଭାବନା ରହିଛି । ଆସନ୍ତାକାଲିଠାରୁ ପବନର ବେଗ ତୀବ୍ର ରହିବ । ଓଡିଶା ଓ ଆନ୍ଧ୍ର ଉପକୂଳରେ ପବନର ବେଗ ବଢିବ । ୪ ତାରିଖ ସକାଳେ ବାତ୍ୟା ଉତ୍ତର ଆନ୍ଧ୍ର ଓ ଓଡିଶା ଉପକୂଳ ଛୁଇଁବା ସମ୍ଭାବନା ରହିଛି । ଗଞ୍ଜାମ, ଗଜପତି, ପୁରୀ ଓ ଜଗତସିଂହପୁର ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ।

Comments are closed.