ଓମିକ୍ରନ ବିପଦ ଥିବା ଦେଶଗୁଡିକରୁ ରାଜ୍ୟକୁ ଏ ଯାଏଁ ୩୮୦ ଜଣ ଫେରିଛନ୍ତି : ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର- ନୂଆ କୋରୋନା ଭୂତାଣୁ ଓମିକ୍ରନ ନେଇ ବିଶ୍ୱବ୍ୟାପୀ ଚିନ୍ତା ପ୍ରକାଶ ପାଇଥିବା ବେଳେ ଭାରତରେ ବି ଏହାକୁ ନେଇ ଆଶଙ୍କା ବଢିଛି । କେନ୍ଦ୍ର ସରକାର ସବୁ ରାଜ୍ୟକୁ ନୂଆ ଭାରିଆଂଟ୍ ନେଇ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି । ଓମିକ୍ରନ ଆଶଙ୍କା ପରିପ୍ରେକ୍ଷୀରେ ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ କୋଭିଡ ସ୍ଥିତିର ସମୀକ୍ଷା କରିଛନ୍ତି । ଏଣେ ସୂଚନା ମିଳିଛି ଯେ, ଓମିକ୍ରନ ବିପଦର ସାମନା କରୁଥିବା ଦେଶଗୁଡିକରୁ ରାଜ୍ୟକୁ ୩୮୦ ଜଣ ଫେରିଛନ୍ତି । ୨୮ ତାରିଖ ସୁଦ୍ଧା ଓଡିଶାକୁ ଆସିଛନ୍ତି ୨୨୪ ଜଣ । ୨୯ ତାରିଖ ସୁଦ୍ଧା ୧୫୬ ଜଣ ଆସିଛନ୍ତି । ସମସ୍ତ ପ୍ରକାର ଟେଷ୍ଟ ପରେ ରାଜ୍ୟକୁ ଫେରୁଛନ୍ତି । ନେଗେଟିଭ ଥିଲେ ମଧ୍ୟ ବିଦେଶ ଫେରନ୍ତା ଯାତ୍ରୀମାନେ ୭ ଦିନ ସଙ୍ଗରୋଧ କେନ୍ଦ୍ରରେ ରହିବା ବ୍ୟବସ୍ଥା । ବିଦେଶ ଫେରନ୍ତାଙ୍କ ତାଲିକା ଜିଲ୍ଲା ପ୍ରଶାସନକୁ ଦିଆଯାଇଛି ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି ।

Comments are closed.