ଓମିକ୍ରନର ସଂକ୍ରମଣ କ୍ଷମତା ଅଧିକ, ତୀବ୍ରତା ସଂପର୍କରେ ସୂଚନା ନ ଥିବା କହିଲେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର- ଦେଶରେ ଓମିକ୍ରନ ସଂକ୍ରମିତ ଚିହ୍ନଟ ହେବା ପରିପ୍ରେକ୍ଷୀରେ ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି ଯେ, ଲୋକମାନେ ଆତଙ୍କିତ ନ ହୋଇ ସତର୍କ ରହିବା ଦରକାର । କେନ୍ଦ୍ର ସରକାରଙ୍କଠାରୁ ଅନ୍ୟ ଦେଶରୁ ଆସୁଥିବା ଲୋକଙ୍କ ସଂପର୍କରେ ସୂଚନା ମିଳୁଛି । ଆକ୍ରାନ୍ତ ଦେଶରୁ ଆସିଥିବା ଓଡିଶା ଆସିଥିବା ୩୮୦ ଲୋକଙ୍କ ତଥ୍ୟ ସଂଗ୍ରହ ପାଇଁ ଜିଲ୍ଲାମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସଦ୍ୟତମ ସୂଚନା ଅନୁସାରେ କୋରୋନାର ନୂଆ ଭାରିଆଂଟର ସଂକ୍ରମଣ କ୍ଷମତା ଅଧିକ ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି । ସଂକ୍ରମଣ ଦ୍ରୁତଗତିରେ ବ୍ୟାପୁଛି । ୧୦ ଦିନ ମଧ୍ୟରେ ୩୦ ରାଷ୍ଟ୍ରକୁ ବ୍ୟାପିଗଲାଣି ଓମିକ୍ରନ ଭାରିଆଂଟ୍ । ତେବେ, ଏହାର ଗୁରୁତର କରିବା କ୍ଷମତା କେତେ, ମୃତ୍ୟୁ ହାର ସଂପର୍କରେ କୌଣସି ସୂଚନା ବର୍ତ୍ତମାନ ସୁଦ୍ଧା ଉପଲବ୍ଧ ନାହିଁ । ଏହାର ଉତ୍ପତ୍ତି ସ୍ଥଳ ଦକ୍ଷିଣ ଆଫ୍ରିକାରେ ଏହି ଭାରିଆଂଟ ଯୋଗୁଁ ମୃତ୍ୟୁ ହୋଇନାହିଁ ବୋଲି ସେ କହିଛନ୍ତି ।

Comments are closed.