‘ଜୱାଦ’ର ମୁକାବିଲା ପାଇଁ ବିଏମସିର ଆଗୁଆ ପ୍ରସ୍ତୁତି, ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କଲେ ବିଏମସି କମିଶନର

ଭୁବନେଶ୍ୱର- ବାତ୍ୟା ଜୱାଦର ମୁକାବିଲା ପାଇଁ ଆଗୁଆ ପ୍ରସ୍ତୁତି କରିଛି ଭୁବନେଶ୍ୱର ମହାନଗର ନିଗମ –ବିଏମସି । ବିଏମସି କମିଶନର ସଞ୍ଜୟ ସିଂହଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ହୋଇଛି । ବାତ୍ୟା ମୁକାବିଲା ନେଇ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ବିଏମସି କମିଶନର । ବିଏମସି ଅଞ୍ଚଳରେ ମୋଟ ୭୨ଟି ଖାଲୁଆ ଅଂଚଳ ଚିହ୍ନଟ ହୋଇଛି । ଆବଶ୍ୟକ ପଡିଲେ ଏହି ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର କରାଯିବ । ଆଶ୍ରୟସ୍ଥଳୀରେ ଶୁଖିଲା ଓ ରନ୍ଧା ଖାଦ୍ୟ, ପାଣି ଓ ବିଦ୍ୟୁତ ସହ ପ୍ରସ୍ତୁତ ରହିବାକୁ ବିଏମସି ନିର୍ଦ୍ଦେଶ ଦେଇଛି । ପାଣି ଜମିବା ସମ୍ଭାବନା ଥିବା ୨୭ଟି ସ୍ଥାନରେ ମୋଟର ପମ୍ପ ସହ କର୍ମଚାରୀ ପ୍ରସ୍ତୁତ ହୋଇ ରହିବେ । ବୈଠକରେ ଜିରୋ କାଜୁଆଲିଟି ଉପରେ ଗୁରତ୍ୱ ଦିଆଯାଇଛି । ସ୍ଥିତି ସ୍ୱାଭାବିକ ନ ହେବା ଯାଏଁ ସବୁ ଛୁୁଟି ବାତିଲ କରାଯାଇଛି ।

Comments are closed.