ଶାଗୁଆନ କାଠ ପଟା ଜବତ, ୩ ଗିରଫ | News Room Odisha

ଶାଗୁଆନ କାଠ ପଟା ଜବତ, ୩ ଗିରଫ

ଜଗନ୍ନାଥପ୍ରସାଦ: ଉତ୍ତର ଘୁମୁସର ବନଖଣ୍ଡ ଅନ୍ତର୍ଗତ କମସର ନିକଟ ସଖପାଲି ପୋଲ ପାଖରୁ ଗୋଟିଏ ଭ୍ୟାନ୍‌ରୁ ୩୪ ଖଣ୍ଡ ଶାଗୁଆନ କାଠପଟା ଜବତ ହୋଇଛି। ଜଗନ୍ନାଥପ୍ରସାଦ ବନ ବିଭାଗ ଷ୍ଟାଫ୍ କାଠପଟା ଚାଲାଣ ସମ୍ପର୍କରେ ସୂଚନା ପାଇ ଯାଞ୍ଚ କରୁଥିବା ବେଳେ ଡାଲା ଟାଟା ଏସ୍ ଭ୍ୟାନ୍ (ଓଆର୍‌୦୨ଏସି ୪୧୭) କୁ ସନ୍ଦେହରେ ତନାଘନା କରିଥିଲେ। ସେଥିରୁ ପ୍ରାୟ ୨୫ ହଜାର ଟଙ୍କାର ଶାଗୁଆନ କାଠପଟା ଜବତ କରାଯିବା ସହ ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅଧୀନ ସୁନାଭୂଇଁ ଗ୍ରାମର ସନ୍ତୋଷ କୁମାର ସାହୁ, ମଳିଆଝୋଳା ଗ୍ରାମର ଦାଶରଥୀ ନାଇକ ଓ ବୁଲୁ ନାଇକଙ୍କୁ ଗିରଫ କରାଯାଇଛି। ଭ୍ୟାନ୍‌ଟି ଏବେ ଜଗନ୍ନାଥପ୍ରସାଦ ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟରେ ରଖାଯାଇଛି। କେଶ ନମ୍ବର ୨୫୭ / ୨୦୨୧ ରୁଜୁ କରାଯାଇ ଅଭିଯୁକ୍ତମାନଙ୍କୁ କୋର୍ଟଚାଲାଣ କରାଯାଇଥିବା ସୂଚନା ଦେଇଛନ୍ତି ବନାଞ୍ଚଳ ଅଧିକାରୀ ଉମାକାନ୍ତ ଦାସ।