ରାଜ୍ୟରେ ଆଉ ୧୯୩ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ଚିହ୍ନଟ ହୋଇଛନ୍ତି ଆଉ ୧୯୩ କୋରୋନା ଆକ୍ରାନ୍ତ । ସଙ୍ଗରୋଧରୁ ୧୧୪ ଓ ସ୍ଥାନୀୟ ଅଞ୍ଚଳରୁ ୭୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ଅଛନ୍ତି ୨୩ ଜଣ ୧୮ ବର୍ଷରୁ କମ ବୟସର ଆକ୍ରାନ୍ତ ।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୮୮, ଯାଜପୁରରୁ ୧୪, କଟକରୁ ୧୨, ମୟୂରଭଞ୍ଜରୁ ୧୧, ସମ୍ବଲପୁରରୁ ୭, ଗଞ୍ଜାମରୁ ୬, ଭଦ୍ରକରୁ ୪, ଝାରସୁଗୁଡାରୁ ୪, କନ୍ଧମାଳରୁ ୪, କେନ୍ଦ୍ରାପଡାରୁ ୪, ପୁରୀରୁ ୩, ସୁନ୍ଦରଗଡରୁ ୩, ବାଲେଶ୍ୱରରୁ ୩, ବରଗଡରୁ ୨, ଢେଙ୍କାନାଳରୁ ୨, ଜଗତସିଂହପୁରରୁ ୨, କେନ୍ଦୁଝରରୁ ୨, ବଲାଙ୍ଗୀରରୁ ୧, ନୟାଗଡରୁ ୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୧୧ଟି ଜିଲ୍ଲାରୁ କୌଣସି ଆକ୍ରାନ୍ତ ଚିହ୍ନଟ ହୋଇ ନ ଥିବା ବେଳେ ଷ୍ଟେଟ ପୁଲରୁ ଚିହ୍ନଟ ହୋଇଛନ୍ତି ୨୦ ଆକ୍ରାନ୍ତ ।

ରାଜ୍ୟରେ କୋରୋନାରେ ଆକ୍ରାନ୍ତ ହୋଇଥିବା ମୋଟ ଲୋକଙ୍କ ସଂଖ୍ୟା ୧୦ ଲକ୍ଷ ୫୦ ହଜାର ପାର କରିଛି । ଏ ଯାଏଁ କେରୋନାରେ ମୋଟ ୧୦ ଲକ୍ଷ ୫୦ ହଜାର ୬୦ ଲୋକ ଆକ୍ରାନ୍ତ ହୋଇସାରିଥିବା ବେଳେ ସୁସ୍ଥ ହୋଇଛନ୍ତି ୧୦ ଲକ୍ଷ ୩୯ ହଜାର ୨୦୪ । ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ରହିଛି ୨ ହଜାର ୩୮୩ ।

Comments are closed.