୫ଟି ସଚିବଙ୍କ ସହ କଥା ହୋଇ ଉତଫୁଲ୍ଲିତ ହେଲେ ଛାତ୍ରଛାତ୍ରୀ

ଭବାନୀପାଟଣା : ରୂପାନ୍ତରଣ ପରେ ସ୍କୁଲ କେମିତି ଲାଗୁଛି ? ଶିକ୍ଷାଦାନ କେମିତି ଚାଲିଛି ? ଆଗକୁ ଭବିଷ୍ୟତରେ କଣ ହେବାକୁ ଲକ୍ଷ୍ୟ ରଖିଛ ? ଏଭଳି କିଛି ପ୍ରଶ୍ନ ସହ ଛାତ୍ରଛାତ୍ରୀଙ୍କ ସହ ଭର୍ଚୁଆଲ ମାଧ୍ୟମରେ ଭାବ ବିନିମୟ କରିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫ଟି ସଚିବ ଭି.କେ. ପାଣ୍ଡିଆନ । ଶ୍ରୀ ପାଣ୍ଡିଆନଙ୍କ ସହ କଥା ହୋଇ କଳାହାଣ୍ଡି ଜିଲ୍ଲାର କୋକସରା ଭଳି ଉପାନ୍ତ ଅଞ୍ଚଳର ଛାତ୍ରଛାତ୍ରୀ ବି ବେଶ୍ ଉତ୍ସାହିତ ହୋଇଥିବା ଦେଖିବାକୁ ମିଳିଥିଲା । ଏହି ଅବସରରେ କୋକସରା ବ୍ଲକର ୮ଟି ସ୍କୁଲ ଦ୍ବିତୀୟ ପର୍ଯ୍ୟାୟ ରୂପାନ୍ତରଣ ସ୍କୁଲ ସାମିଲ ହୋଇଛି । ଦ୍ବିତୀୟ ପର୍ଯ୍ୟାୟ ରୂପାନ୍ତରଣରେ କୋସରା ବ୍ଳକ୍‌ର ୮ଟି ସ୍କୁଲ୍ ସାମିଲ ହୋଇଛି । ଏହି ୮ଟି ସ୍କୁଲର ପ୍ରଧାନ ଶିକ୍ଷକ ଏବଂ ଛାତ୍ରଛାତ୍ରୀ ଆଜି ସିଧାସଳଖ ୫ଟି ସଚିବ ଏବଂ ବିଭାଗୀୟ ଅଧିକାରୀଙ୍କ ସହ ଭିଡିଓ କନ୍‌ଫରେନସିଂ ଜରିଆରେ ଭାବ ବିନିମୟ କରିଛନ୍ତି । ଶୁକ୍ରବାର କୋକସରା ବ୍ଲକ କାର୍ଯ୍ୟାଳୟ ଭିଡିଓ କନ୍‌ଫରେନ୍ସ ସମ୍ମିଳନୀ କକ୍ଷରେ ବିଡିଓ ମନୀଷା ଦାସଙ୍କ ଅଧ୍ୟକ୍ଷତାରେ କଳାହାଣ୍ଡି ଏପିଡି କଳାହାଣ୍ଡି ଓ ବିଇଓ ନାଗେଶ୍ବର ପ୍ରଧାନଙ୍କ ଉପସ୍ଥିତିରେ ଏହି ଭିଡିଓ କନ୍‌ଫରେନ୍ସ କାର୍ଯ୍ୟକ୍ରମ ହୋଇଥିଲା । ରୂପାନ୍ତରଣ ଉପକ୍ରମରେ ସାମିଲ ୮ ହାଇସ୍କୁଲର ପ୍ରଧାନ ଶିକ୍ଷକ , ଶିକ୍ଷା କମିଟି , ପରିଚାଳନା କମିଟି ସଦସ୍ୟ , ଛାତ୍ରଛାତ୍ରୀ , ଜନ ପ୍ରତିନିଧି ଉପସ୍ଥିତ ରହି ସିଧାସଳଖ ୫ଟି ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନଙ୍କ ସହ କଥା ହୋଇଥିଲେ । ନିଜ ସ୍କୁଲକୁ ସ୍ମାର୍ଟ ସ୍କୁଲ ରୂପାନ୍ତରଣ ଉପକ୍ରମରେ ସାମିଲ କରିଥିବାରୁ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜଣାଇଥିଲେ । ସ୍କୁଲର ଭିତ୍ତିଭୂମି ସମସ୍ୟା ଉପରେ ମଧ୍ୟ ମତ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ଗୋତମୁଣ୍ଡା ହାଇସ୍କୁଲ ପ୍ରଧାନ ଶିକ୍ଷକ ସଂଜୀବ ପାଢ଼ୀ , ନେଗିଗୁଡ଼ା ହାଇସ୍କୁଲ ପ୍ରଧାନ ଶିକ୍ଷକ ଯୁବରାଜ ଜାଲ , ଡହଗା ପ୍ରଧାନ ଶିକ୍ଷକ ଜିତେନ୍ଦ୍ର ଭକ୍ତା , ଇନ୍ଦ୍ରାବତୀ ହାଇସ୍କୁଲ ପ୍ରଧାନ ଶିକ୍ଷକ ଭବାନୀ ଶଙ୍କର ପଣ୍ଡା , ବୁଢ଼ାରଜା ହାଇସ୍କୁଲ ଶିକ୍ଷକ ଭାଗ୍ୟବାନ ବାଗ , ଆଦର୍ଶ ବିଦ୍ୟାଳୟ ଶିକ୍ଷକ ବସନ୍ତ ମହନ୍ତ ସମେତ ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ , ଜନ ପ୍ରତିନିଧିମାନେ ତଥା ଶିକ୍ଷା ପରିଚାଳନା କମିଟିର ସଦସ୍ୟ ଉପସ୍ଥିତ ଥିଲେ ।

Comments are closed.