ଗଭୀର ଅବପାତରେ ପରିଣତ ହେଲା ବାତ୍ୟା,ମଧ୍ୟାହ୍ନରେ ଅବପାତ ହୋଇ ପୁରୀ ଉପକୂଳ ଛୁଇଁବ, ଉପକୂଳ ଓଡିଶାରେ ବର୍ଷା ଜାରି

ଭୁବନେଶ୍ୱର-ଦୁର୍ବଳ ହୋଇଛି ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ଜୱାଦ । ଗଭୀର ଅବପାତରେ ପରିଣତ ହୋଇଛି ବାତ୍ୟା । ଆଜି ଏହା ଆହୁରି ଦୁର୍ବଳ ହୋଇ ଅବପାତ ରୂପେ ପୁରୀ ଉପକୂଳ ଅତିକ୍ରମ କରିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି । ମଧ୍ୟାହ୍ନ ସୁଦ୍ଧା ଅବପାତରେ ପରିଣତ ହୋଇ ବାତ୍ୟା ପୁରୀର ନିକଟବର୍ତ୍ତୀ ହେବ । ପରବର୍ତ୍ତୀ ୨୪ ଘଣ୍ଟାରେ ଏହା ସୁସ୍ପଷ୍ଟ ଲଘୁଚାପ କ୍ଷେତ୍ରରେ ପରିଣତ ହେବ ବୋଲି ଆଇଏମଡି ପକ୍ଷରୁ ସୂଚନା ଦିଆଯାଇଛି । ପୁରୀ ଉପକୂଳ ଛୁଇଁବା ବେଳକୁ ପବନର ବେଗ ଘଣ୍ଟା ପ୍ରତି ୫୦ରୁ ୬୦ କିଲୋମିଟର ରହିବ । ଦୁର୍ବଳ ହୋଇଥିବା ବାତ୍ୟା ପ୍ରଭାବେର ଉପକୂଳ ଓଡିଶାରେ ବର୍ଷା ଜାରି ରହିଛି ।

Comments are closed.