ଜୁନିଅର ବିଶ୍ୱକପ୍ ହକିରେ ଜର୍ମାନୀ-ଆର୍ଜେଣ୍ଟିନା ଟାଇଟଲ ଲଢେଇ, ତୃତୀୟ ସ୍ଥାନ ପାଇଁ ଫ୍ରାନ୍ସ ବିପକ୍ଷରେ ଖେଳିବ ଭାରତ

ଭୁବନେଶ୍ୱର – କଳିଙ୍ଗ ହକି ଷ୍ଟାଡିୟମରେ ଗତମାସ ୨୪ତାରିଖରୁ ଚାଲିଥିବା ଜୁନିଅର ବିଶ୍ୱକପ୍ ହକିର ଆଜି ଶେଷ ଦିନରେ ହେବ ଟାଇଟଲ ଲଢେଇ । ଫାଇନାଲରେ ମୁହାଁମୁହିଁ ହେବେ ଟୁର୍ଣ୍ଣାମେଂଟ ଇତିହାସର ସବୁଠୁ ସଫଳ ଟିମ୍ ଜର୍ମାନୀ ଓ ଆର୍ଜେଣ୍ଟିନା ।

ସେମିଫାଇନାଲରେ ଆର୍ଜେଂଟିନା ଫ୍ରାନ୍ସକୁ ହରାଇଥିବା ବେଳେ ଜର୍ମାନୀ ଡିଫେଣ୍ଡିଂ ଚାମ୍ପିଅନ ଭାରତକୁ ପରାସ୍ତ କରିଥିଲା । ଫାଇନାଲ ମ୍ୟାଚ୍ ଆଗରୁ ତୃତୀୟ ସ୍ଥାନ ପାଇଁ ଭାରତ ଓ ଫ୍ରାନସ ମଧ୍ୟରେ ମୁକାବିଲା ହେବ । ଗ୍ରୁପ୍ ପର୍ଯ୍ୟାୟରେ ଫ୍ରାନସଠାରୁ ଭାରତ ୪-୫ ଗୋଲରେ ପରାସ୍ତ ହୋଇଥିଲା ।

Comments are closed.