ଏଣିକି ଗାଁ ପୋଖରୀ ଦାୟିତ୍ୱ ନେବେ ସ୍ୱୟଂ ସହାୟିକା ଗୋଷ୍ଠୀ

ଭୁବନେଶ୍ୱର – ରାଜ୍ୟରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀକୁ ଅଧିକ ସଶକ୍ତ ଓ ଆତ୍ମନିର୍ଭରଶୀଳ କରିବାକୁ ରାଜ୍ୟ ସରକାର ଉଦ୍ୟମ କରିଆସୁଛନ୍ତି । ଏବେ ଗାଁ ପୋଖରୀ ଦାୟିତ୍ୱ ସ୍ୱୟଂ ସହାୟିକା ଗୋଷ୍ଠୀକୁ ଦିଆଯିବା ପାଇଁ କ୍ୟାବିନେଟରେ ନିଷ୍ପତ୍ତି ହୋଇଛି । ଭିସି ଯୋଗେ ମଙ୍ଗଳବାର ସଂଧ୍ୟା ସାଢେ ୬ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ହୋଇଛି । ୯ଟି ପ୍ରସ୍ତାବରେ ଉପରେ ମୋହର ମାରିିଛି କ୍ୟାବିନେଟ୍ ।

ପଂଚାୟତିରାଜ, ନଗର ଉନ୍ନୟନ, ପୂର୍ତ୍ତ ଓ ସ୍ୱାସ୍ଥ୍ୟ ବିଭାଗରେ ପ୍ରସ୍ତାବକୁ ଅନୁମୋଦନ ମିଳିଛି । କଟକ ଏସସିବି ନବକଳେବର ପ୍ରକଳ୍ପ ଟେଣ୍ଡରକୁ ମଞ୍ଜୁରୀ ମିଳିଥିବା ବେଳେ ଭୁବନେଶ୍ୱର ମହାନଗର ନିଗମ ଦ୍ୱାରା ଭୁଆଶୁଣିରେ କରାଯାଉଥିବା ବାୟୋ ମାଇନିଂ ପ୍ରକଳ୍ପର ଟେଣ୍ଡରକୁ ମଧ୍ୟ କ୍ୟାବିନେଟନ ଅନୁମୋଦନ କରିଛି ।

ବିଧାନସଭା ଅଧିବେଶନ ଚାଲିଥିବାରୁ କ୍ୟାବିନେଟ ନିଷ୍ପତ୍ତି ସଂପର୍କରେ ଆନୁଷ୍ଠାନିକ ସୂଚନା ଦିଆଯାଇନାହିଁ ।

Comments are closed.