ବାୟୁସେନା ହେଲିକପଟର ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ଓଡିଶାର ରାଣା ପ୍ରତାପ ଦାସ

ନୂଆଦିଲ୍ଲୀ – ତାମିଲନାଡୁ କୁନୁରରେ ଗତକାଲି ବାୟୁସେନା ହେଲିକପଟର ଦୁର୍ଘଟଣାରେ ଜଣେ ଓଡିଆ ସାମରିକ ଅଧିକାରୀ ବି ପ୍ରାଣ ହରାଇଛନ୍ତି । ସେ ହେଉଛନ୍ତି ଜୁନିଅର ୱାରେଂଟ ଅଫିସର ରାଣା ପ୍ରତାପ ଦାସ । ସହିଦ ଯବାନଙ୍କ ଘର ତାଳଚେର କୁଣ୍ଢାଳ ପଂଚାୟତ କୃଷ୍ଣଚନ୍ଦ୍ରପୁର ଗାଁ ବୋଲି ଜଣାପଡିଛି । ଗତ ୧୨ ବର୍ଷ ଧରି ରାଣା ପ୍ରତାପ ଦାସ ଭାରତୀୟ ବାୟୁସେନାରେ ଜୁନିଅର ଅଫିସର ଭାବେ କାର୍ଯ୍ୟ କରୁଥିଲେ । ସହିଜ ଯବାନଙ୍କ ବର୍ଷକର ପୁଅ ଥିବା ସୂଚନା ମିଳିଛି । ଗତକାଲି ବାୟୁସେନା ହେଲିକପଟର ଦୁର୍ଘଟଣାରେ ସିଡିଏସ ଜେନେରାଲ ବିପିନ ରାୱତ,ତାଙ୍କ ପତ୍ନୀଙ୍କ ସମେତ ୧୩ ଜଣ ପ୍ରାଣ ହରାଇଥିଲେ ।

Comments are closed.