ସ୍ଥଳସେନା ମୁଖ୍ୟ ଥିଲା ବେଳେ ୨୦୧୯ରେ ବ୍ରହ୍ମପୁର ଗୋଳାବନ୍ଧ ଆସିଥିଲେ ବିପିନ ରାୱତ

ବ୍ରହ୍ମପୁର- ହେଲିକପଟର ଦୁର୍ଘଟଣାରେ ପ୍ରାଣ ହରାଇଥିବା ସିଡିଏସ ଜେନେରାଲ ବିପିନ ରାୱତ ୨୦୧୯ ମସିହା ସେପଟେମ୍ବର ମାସରେ ବ୍ରହ୍ମପୁର ଗୋଳାବନ୍ଧ ମିଲିଟାରୀ ଷ୍ଟେସନ ତଥା ଆର୍ମି ଏୟାର ଡିଫେନ୍ସ କଲେଜ ଆସିଥିଲେ । ସ୍ୱତନ୍ତ୍ର ବାହିନୀ ଭାବେ ୨୫ ବର୍ଷର ଉଲ୍ଲେଖନୀୟ ସେବା ଲାଗି ଏୟାର ଡିଫେନ୍ସ ସର୍ଭିସେସ୍ କଲେଜକୁ ଏକ ସମ୍ମାନ ପ୍ରଦାନ ଉତ୍ସବରେ ଯୋଗ ଦେବାକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗୋଳାବନ୍ଧ ଆସିଥିଲେ । ସେତେବେଳେ ସ୍ଥଳସେନା ମୁଖ୍ୟ ଥିବା ଜେନେରାଲ ବିପିନ ରାୱତ ମଧ୍ୟ ଗୋଳାବନ୍ଧ ଆସିଥିଲେ । ସେ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିବା ସହ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ବିପିନ ରାୱତ ।

Comments are closed.