କଥା ରଖିଲେ ମୁଖ୍ୟମନ୍ତ୍ରୀ, ପଞ୍ଚାୟତ ପ୍ରତିନିଧିଙ୍କୁ ପ୍ରସାଦ ବାଣ୍ଟିଲେ | News Room Odisha

କଥା ରଖିଲେ ମୁଖ୍ୟମନ୍ତ୍ରୀ, ପଞ୍ଚାୟତ ପ୍ରତିନିଧିଙ୍କୁ ପ୍ରସାଦ ବାଣ୍ଟିଲେ

ଭୁବନେଶ୍ୱର: ଆଜି ଗଞ୍ଜାମ ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିଲ୍ଲାର ପଞ୍ଚାୟତ ପ୍ରତିନିଧି ମାନଙ୍କୁ ତାରାତରିଣୀ ମନ୍ଦିରରେ ଭେଟି ମାଙ୍କ ପ୍ରସାଦ ବାଣ୍ଟି ଥିଲେ ।

ସୂଚନାଯୋଗ୍ୟ ଯେ କରୋନାର ପ୍ରଥମ ଲହରରେ ଗଞ୍ଜାମ ବିଶେଷ ଭାବରେ ପ୍ରଭାବିତ ହୋଇଥିଲା । ବାହାରେ ରହୁଥିବା ଓଡ଼ିଶା ବାସୀ ମଧ୍ୟ ଲକ୍ ଡାଉନ୍ ଯୋଗୁଁ ଘରକୁ ଫେରି ଥିଲେ ।
ଜିଲ୍ଲାରେ କରୋନାର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ସେତେବେଳେ ସରପଞ୍ଚ ମାନଙ୍କୁ ଜିଲ୍ଲାପାଳ କ୍ଷମତା ଦେଇ ଥିଲେ । ସରପଞ୍ଚ ଅନ୍ୟ ପଞ୍ଚାୟତ ପ୍ରତିନିଧି ମାନେ ମଧ୍ୟ ନିଷ୍ଠାର ସହ ଲୋକଙ୍କୁ ସେବା ଯୋଗାଇ ଦେଇଥିଲେ ।

ପରିସ୍ଥିତିରେ ଉନ୍ନତି ଆସିଥଲା ଓ କରୋନା ମୁକାବିଲାରେ ଗଞ୍ଜାମ ଦେଶ ବିଦେଶରେ ଉଦାହରଣ ପାଲଟିଥିଲା।

ଆଜି ମୁଖ୍ୟମନ୍ତ୍ରୀ ତାଙ୍କ ଗସ୍ତ ଅବସରରେ
ସରପଞ୍ଚ, ଅନ୍ୟ ପଞ୍ଚାୟତ ପ୍ରତିନିଧି ଓ ଜିଲ୍ଲା ପରିଷଦ ସଭ୍ୟ ମାନଙ୍କୁ କରୋନା ସମୟରେ ସେମାନଙ୍କ ଭଲ କାମ ପାଇଁ ତାରାତରିଣୀ ପୀଠରେ ଭେଟି ମାଙ୍କ ପ୍ରସାଦ ଓ ଲଡୁ ବାଣ୍ଟି ଥିଲେ ।