କରୋନା ଅପଡେଟ୍: ଦେଶରେ ଆଉ ୫ ଓମିକ୍ରନ୍ ରୋଗୀ ଚିହ୍ନଟ, ମୋଟ ମାମଲା ୩୮କୁ ବୃଦ୍ଧି

ନୂଆଦିଲ୍ଲୀ:ଦେଶରେ କରୋନା ଭାଇରସର ଓମିକ୍ରନ୍ ଭାରିଆଣ୍ଟର ପାଞ୍ଚଟି ନୂତନ ମାମଲା ରିପୋର୍ଟ ହୋଇଛି ‌‌‌। ଏହା ଏହା ଓମିକ୍ରନ୍ ରୋଗୀଙ୍କ ସଂଖ୍ୟା ୩୮କୁ ବୃଦ୍ଧି ପାଇଲା। କର୍ଣ୍ଣାଟକ, ଚଣ୍ଡିଗଡ଼, ନାଗପୁର, ଆନ୍ଧ୍ରପ୍ରଦେଶ ଏବଂ କେରଳରେ ଏହି ନୂଆ ଭାରିଆଣ୍ଟର ରବିବାର ଗୋଟିଏ ଲେଖାଏଁ ମାମଲା ଚିହ୍ନଟ ହୋଇଛି। ମହାରାଷ୍ଟ୍ରରେ ଓମିକ୍ରନର ୧୮ ଟି, ରାଜସ୍ଥାନରେ ୯ଟି, କର୍ଣ୍ଣାଟକରେ ୩ଟି, ଗୁଜୁରାଟରେ ୩ଟି, କେରଳ, ଆନ୍ଧ୍ରପ୍ରଦେଶ, ଦିଲ୍ଲୀ ଏବଂ ଚଣ୍ଡିଗଡ଼ରେ ଗୋଟିଏ ଲେଖାଏଁ ମାମଲା ଠାବ ହୋଇଛି।

ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ କହିଛି ଯେ କରୋନାର ଏହି ନୂଆ ଭାରିଆଣ୍ଟ ଏଯାବତ୍ ୬୩ଟି ଦେଶର ମିଳିଛି ଏବଂ ଏହା ଡେଲ୍ଟା ଷ୍ଟ୍ରେନ୍ ଅପେକ୍ଷା ଶୀଘ୍ର ବ୍ୟାପୁଛି | ଅବଶ୍ୟ ‘ହୁ’ ଏହା ମଧ୍ୟ କହିଛି ଯେ ଓମିକ୍ରନ ଡେଲ୍ଟା ଅପେକ୍ଷା କମ୍ ଘାତକ |

Comments are closed.