ଗୀତା ମାହାତ୍ମ୍ୟ: ଏବଂ ପ୍ରବର୍ତିତମ ଚକ୍ରମ ନାନୁ ବର୍ତୟ ତିହ ଯାଃ। ଅଘାୟୁରିନ୍ଦ୍ରିୟରାମୋ ମୋଘଂ ପାର୍ଥ ସ ଜୀବତି।।

ଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣ କର୍ମରେ ନିରୁତ୍ସାହିତ ଦେଖି ତାଙ୍କୁ କର୍ମରେ ପ୍ରବୃତ୍ତ ହେବା ପାଇଁ କହୁଛନ୍ତି : –

ଏବଂ ପ୍ରବର୍ତିତମ ଚକ୍ରମ ନାନୁ ବର୍ତୟ ତିହ ଯାଃ।
ଅଘାୟୁରିନ୍ଦ୍ରିୟରାମୋ ମୋଘଂ ପାର୍ଥ ସ ଜୀବତି।।

ହେ ଅର୍ଜୁନ ! ଯେଉଁ ପୁରୁଷ ଏହି ଲୋକରେ ଏହି ପ୍ରକାରେ ପରମ୍ପରା କ୍ରମେ ପ୍ରଚଳିତ ହୋଇ ସୃଷ୍ଟି ଚକ୍ରର ଅନୁକୂଳ ହୋଇ ଚଳେ ନାହିଁ ଅର୍ଥାତ ନିଜର କର୍ତ୍ତବ୍ୟ ପାଳନ କରେ ନାହିଁ, ଇନ୍ଦ୍ରିୟ ମାନଙ୍କ ଦ୍ୱାରା ଭୋଗରେ ରମଣ କରୁଥିବା ସେହି ପାପାୟୁ ପୁରୁଷ ବୃଥାରେ ଜୀବନ ଧାରଣ କରେ ।

( ଗୀତା ୩ୟ ଅ। ୧୬ଶ ଶ୍ଲୋକ )

Comments are closed.