ଦାରିଙ୍ଗବାଡି ରାଜ୍ୟର ସବୁଠାରୁ ଥଣ୍ଡା ସହର, ରାଜ୍ୟରେ ୮ ସହରରେ ୧୧ ଡିଗ୍ରୀ ତଳେ ତାପମାତ୍ରା | News Room Odisha

ଦାରିଙ୍ଗବାଡି ରାଜ୍ୟର ସବୁଠାରୁ ଥଣ୍ଡା ସହର, ରାଜ୍ୟରେ ୮ ସହରରେ ୧୧ ଡିଗ୍ରୀ ତଳେ ତାପମାତ୍ରା

ଭୁବନେଶ୍ୱର- ଓଡିଶାର କାଶ୍ମୀର ଭାବେ ପରିଚିତ ଦାରିଙ୍ଗବାଡିରେ ଶୀତର ପ୍ରକୋପ । ରାଜ୍ୟରୁ ସବୁଠାରୁ ଥଣ୍ଡା ସହର ହୋଇଛି । ଏଠାରେ ରାତିର ତାପମାତ୍ରା ସର୍ବନିମ୍ନ ୬ ଦଶମିକ ୫ ଡିଗ୍ରୀ ସେଲସିୟସ ରହିଛି । ରାଜ୍ୟର ୮ଟି ସହରରେ ତାପମାତ୍ରା ୧୧ ଡିଗ୍ରୀ ତଳେ ରହିଛି । ଫୁଲବାଣୀରେ ୭ ଦଶମିକ ୫ , କୋରାପୁଟରେ ୯, ଟିଟିଲାଗଡରେ ୯ ଦଶମିକ ୩, ଝାରସୁଗୁଡାରେ ୯ ଦଶମିକ ୬, କେନ୍ଦୁଝରରେ ୯ ଦଶମିକ ୬, ସୁନ୍ଦରଗଡରେ ୧୦, ଭବାନୀପାଟଣାରେ ୧୦ ଡିଗ୍ରୀ ରାତି ତାପମାତ୍ରା ରେକର୍ଡ କରାଯାଇଛି ।