ଭୁବନେଶ୍ୱର ଜିଲ୍ଲା ଯୁବ ଓ ଛାତ୍ର ବିଜେଡିର ନେତୃତ୍ୱ ସମ୍ମିଳନୀ | News Room Odisha

ଭୁବନେଶ୍ୱର ଜିଲ୍ଲା ଯୁବ ଓ ଛାତ୍ର ବିଜେଡିର ନେତୃତ୍ୱ ସମ୍ମିଳନୀ

ଭୁବନେଶ୍ୱର- ସ୍ଥାନୀୟ ବରମୁଣ୍ଡା ପଡିଆରେ ଭୁବନେଶ୍ୱର ଜିଲ୍ଲା ଯୁବ ଓ ଛାତ୍ର ବିଜେଡିର ନେତୃତ୍ୱ ସମ୍ମିଳନୀ ଆୟୋଜିତ ହୋଇଛି । ଏଥିରେ ବରିଷ୍ଠ ନେତାମାନେ ଯୋଗଦେଇ ଯୁବ ଓ ଛାତ୍ରନେତାମାନଙ୍କୁ ଦଳକୁ ଆଗାମୀ ଦିନରେ ଅଧିକ ସଶକ୍ତ ଓ ସମୃଦ୍ଧ କରିବା ପାଇଁ ଦିଗଦର୍ଶନ ଦେଇଥିଲେ । ଆଗାମୀ ପଂଚାୟତ ନିର୍ବାଚନରେ ଗାଁ ଗାଁ ବୁଲି ବିଜେଡି ସପକ୍ଷରେ ଜନମତ ସୃଷ୍ଟି କରିବା ପାଇଁ ଯୁବ ଓ ଛାତ୍ରଙ୍କୁ ଦାୟିତ୍ୱ ବଂଟନ କରାଯାଇଛି । ରାଜ୍ୟ ସରକାରଙ୍କ ଯୋଜନା ଯେପରି ଘରେ ଘରେ ଲୋକଙ୍କ ପାଖରେ ପହଂଚିପାରିବ, ସେ ନେଇ ଦଳର ଯୁବ ଓ ଛାତ୍ରନେତାଙ୍କୁ ଶପଥ ପାଠ କରାଯାଇଛି । ନେତୃତ୍ୱ ସମ୍ମିଳନୀରେ ପୌର ନିର୍ବାଚନ ପାଇଁ ମଧ୍ୟ ପ୍ରସ୍ତୁତ ରହିବାକୁ କୁହାଯାଇଛି । ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ଯୁବ ଓ ଛାତ୍ର ବିଜେଡିର ନେତୃତ୍ୱ ସମ୍ମିଳନୀରେ ଶପଥ ନେଇଛନ୍ତି । କାର୍ଯ୍ୟକ୍ରମରେ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଂଜୟ ଦାସବର୍ମା, ବିଜେଡି ଉପସଭାପତି ଦେବୀ ପ୍ରସାଦ ମିଶ୍ର, ମନ୍ତ୍ରୀ ଅଶୋକ ପଣ୍ଡା, ବିଜେଡି ସାଧାରଣ ସଂପାଦକ ପ୍ରଣବ ବଳବନ୍ତରାୟ, ବିଜୁ ଯୁବ ଜନତା ଜଳ ସଭାପତି ବ୍ୟୋମକେଶ ରାୟ, ଅରୂପ ପଟ୍ଟନାୟକ, ବିଧାୟକ ଅନନ୍ତ ନାରାୟଣ ଜେନା ଓ ସୁଶାନ୍ତ ରାଉତ ପ୍ରମୁଖ ଯୋଗ ଦେଇଥିଲେ ।