ରାଜ୍ୟରେ ଆଉ ୧୯୩ କୋରୋନା ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧା ଜିଲ୍ଲାରୁ ୧୦୭

ଭୁବନେଶ୍ୱର- ରାଜ୍ୟରେ ଚିହ୍ନଟ ହୋଇଛନ୍ତି ଆଉ ୧୯୩ କୋରୋନା ଆକ୍ରାନ୍ତ । ସଙ୍ଗରୋଧରୁ ୧୧୨ ଓ ସ୍ଥାନୀୟ ଅଂଚଳରୁ ୮୧ ଜଣ ଚିହ୍ନଟ ହୋଇଛନ୍ତି । ୧୮ ବର୍ଷରୁ କମ ବୟସର ୩୪ ଜଣ ସଂକ୍ରମିତ ହୋଇଛନ୍ତି ।

ଗତ ୨୪ ଘଣ୍ଟାରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୦୭, କଟକରୁ ୧୭, ସମ୍ବଲପୁରରୁ ୮, ଜଗତସିଂହପୁରରୁ ୪, ଝାରସୁଗୁଡାରୁ ୪, ସୁନ୍ଦରଗଡରୁ ୪, ଭଦ୍ରକରୁ ୩, ଦେବଗଡରୁ ୩, କେନ୍ଦ୍ରାପଡାରୁ ୩, ଯାଜପୁରରୁ ୩, ମୟୂରଭଞ୍ଜରୁ ୩, ପୁରୀରୁ ୨, ଗଜପତିରୁ ୨, ଅନୁଗୁଳରୁ ୧, ନୟାଗଡରୁ ୧, ରାୟଗଡାରୁ ୧, ସୋନପୁରରୁ ୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ମୋଟ ୧୦ ଲକ୍ଷ ୫୨ ହଜାର ୮୩୪ ଲୋକ କୋରୋନା ସଂକ୍ରମିତ ହୋଇସାରିଥିବା ବେଳେ ସୁସ୍ଥ ହୋଇଛନ୍ତି ୧୦ ଲକ୍ଷ ୪୨ ହଜାର ୪୪୩ । ବର୍ତ୍ତମାନ ୧ ହଜାର ୮୯୪ ଜଣ ରୋଗୀ ଚିକିତ୍ସାଧୀନ ଅଛନ୍ତି ।

Comments are closed.