ରାଜ୍ୟ ସରକାର ପୁଣି ଦେବେ କୋଭିଡ ସହାୟତା, ୭ ଦିନ ମଧ୍ୟରେ ସମସ୍ତ ଜିଲ୍ଲାର ପିଡିଏସ ହିତାଧିକାରୀଙ୍କୁ ମିଳିବ ଟଙ୍କା

ଭୁବନେଶ୍ୱର- କୋରୋନା ମହାମାରୀ ଯୋଗୁଁ ଜୀବନ ଜୀବିକା ପ୍ରଭାବିତ ହୋଇଥିବାରୁ ପିଡିଏସ ହିତାଧିକାରୀଙ୍କୁ ସହାୟତା ପ୍ରଦାନ କରିବେ ରାଜ୍ୟ ସରକାର । ପିଡିଏସ ହିତାଧିକାରୀଙ୍କୁ ୧ ହଜାର ଟଙ୍କା ଲେଖାଏଁ ଦେବେ ରାଜ୍ୟ ସରକାର । ଜାତୀୟ ଖାଦ୍ୟ ସୁରକ୍ଷା ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀଙ୍କୁ କୋଭିଡ ସହାୟତା ମିଳିବ । ଏ ନେଇ ସବୁ ଜିଲ୍ଲା ପାଇଁ ୩୫୦ କୋଟି ଟଙ୍କା ମଞ୍ଜୁର କରାଯାଇଛି । ସମସ୍ତ ୩୦ଟି ଜିଲ୍ଲାର ଏନଏଫଏସଏ ଓ ଏସଏଫଏସଏସ ହିତାଧିକାରୀ କୋଭିଟ ସହାୟତା ପାଇବେ । ଆସନ୍ତା ୭ ଦିନ ମଧ୍ୟରେ ଏହି ପ୍ରକ୍ରିୟା ଶେଷ କରିବାକୁ ସବୁ ଜିଲ୍ଲାପାଳଙ୍କୁ ଖାଦ୍ୟ ଯୋଗାଣ ଓ ଖାଉଟି ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

ଏଥିପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଡକୁ ପ୍ରାଥମିକ ପରିଚୟ ପତ୍ର ଭାବେ ବ୍ୟବହାର କରାଯିବ । ଯଦି ଏହି କାର୍ଡ ନ ଥିବା, ତାହା ହେଲେ ଜାତୀୟ ଖାଦ୍ୟ ସୁରକ୍ଷା ଓ ରାଜ୍ୟ ଖାଦ୍ୟ ସୁରକ୍ଷା କାର୍ଡକୁ ପରିଚୟ ପତ୍ର ଭାବେ ବ୍ୟବହାର କରାଯିବ । କାଳିଆ ସହାୟତା ରାଶି ଭଳି ଏହି ଟଙ୍କା ସିଧାସଳଖ ହିତାଧିକାରୀଙ୍କ ଆକାଂଉଟକୁ ଯିବ । ଗଞ୍ଜାମ ଜିଲ୍ଲାକୁ ଏ ବାବଦରେ ସର୍ବାଧିକ ୨୮ କୋଟି ୧୫ ଲକ୍ଷ ୯୦ ହଜାର ୩୦୦ ଟଙ୍କା ଓ ଦେବଗଡ ଜିଲ୍ଲାକୁ ୨ କୋଟି ୮୪ ଲକ୍ଷ ୪୭ ହଜାର ଟଙ୍କା ଦିଆଯିବ ।

Comments are closed.