ରାଜ୍ୟରେ ଆଉ ୧୪୬ କୋରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ଆଉ ୧୪୬ ଆକ୍ରାନ୍ତ । ସଙ୍ଗରୋଧରୁ ୮୬ ଓ ସ୍ଥାନୀୟ ଅଂଚଳରୁ ୬୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂକ୍ରମିତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବୟସର ୨୫ ଜଣ ଅଛନ୍ତି ।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଟକରୁ ୧୪, ସୁନ୍ଦରଗଡରୁ ୯, ସମ୍ବଲପୁରରୁ ୭, ବାଲେଶ୍ୱରରୁ ୪, ପୁରୀରୁ ୪, ଦେବଗଡରୁ ୩, ଯାଜପୁରରୁ ୩, କେନ୍ଦ୍ରାପଡାରୁ ୩, ନୟାଗଡରୁ ୩, ଭଦ୍ରକରୁ ୨, ଗଞ୍ଜାମରୁ ୨, ବରଗଡରୁ ୧, ବଲାଙ୍ଗିରରୁ ୧, ଢେଙ୍କାନାଳରୁ ୧, ମୟୂରଭଞ୍ଜରୁ ୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୧୪ଟି ଜିଲ୍ଲାରୁ କୌଣସି ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି । ଷ୍ଟେଟ ପୁଲ୍‌ରୁ ୧୬ଟି ମାମଲା ରିପୋର୍ଟ ହୋଇଛି ।

ରାଜ୍ୟରେ ଏ ଯାଏଁ ମୋଟ ୧୦ ଲକ୍ଷ ୫୩ ହଜାର ୧୬୬ ଲୋକ କୋରୋନା ସଂକ୍ରମିତ ହୋଇସାରିଛନ୍ତି । ଏଥିରୁ ସୁସ୍ଥ ହୋଇଛନ୍ତି ୧୦ ଲକ୍ଷ ୪୨ ହଜାର ୮୭୫ । ସକ୍ରିୟ ମାମଲା ରହିଛି ୧ ହଜାର ୭୯୨ ।

Comments are closed.