କବିଚନ୍ଦ୍ରଙ୍କ ଜୟନ୍ତୀରେ ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି | News Room Odisha

କବିଚନ୍ଦ୍ରଙ୍କ ଜୟନ୍ତୀରେ ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର- ଓଡିଶା ରଙ୍ଗମଂଚର ଅଗ୍ରଗଣ୍ୟ ବ୍ୟକ୍ତିତ୍ୱ ତଥା ଆଧୁନିକ ଓଡିଆ ନାଟ୍ୟଶାସ୍ତ୍ରର ‘ଭରତମୁନି’କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକଙ୍କ ଆଜି ଜୟନ୍ତୀ । ଏହି ଅବସରରେ କବିଚନ୍ଦ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନାଟକ ‘ଭାତ’, ‘ଅଭିଯାନ’, ‘ରକ୍ତମାଟି’ ଭଳି ଅନନ୍ୟ ସୃଷ୍ଟି ସହ ଓଡିଆ ନାଟକକୁ ଲୋକପ୍ରିୟ କରିବା କ୍ଷେତ୍ରରେ ନିଜ ଅବଦାନ ପାଇଁ କବିଚନ୍ଦ୍ର ଚିର ସ୍ମରଣୀୟ ହୋଇ ରହିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।