ଓବିିସି ସଂରକ୍ଷଣ ଓ ଜାତି ଭିତ୍ତିକ ଜନଗଣନା ପ୍ରସଙ୍ଗରେ କେନ୍ଦ୍ରକୁ ବିଜେଡି ସାଂସଦ ଅମର ପଟ୍ଟନାୟକଙ୍କ ସମାଲୋଚନା

ଭୁବନେଶ୍ୱର- ଓବିସି ସଂରକ୍ଷଣ ଓ ଜାତି ଭିତ୍ତିକ ଜନଗଣନା ପ୍ରସଙ୍ଗରେ ବିଜେଡି ରାଜ୍ୟସଭା ସଦସ୍ୟ ଅମର ପଟ୍ଟନାୟକ କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି । ସେ ଟ୍ୱିଟ୍ କରି କହିଛନ୍ତି ଯେ, ବିଜେଡି ପାର୍ଲାମେଂଟରେ ଜାତି ଭିତ୍ତିକ ଜନଗଣନା ପାଇଁ ଦାବି କରିଥିଲେ ବି କେନ୍ଦ୍ର ରାଜି ହୋଇ ନଥିଲା । ସେଥିପାଇଁ ଓଡିଶା ସରକାର ନିଜେ ଏହା କରୁଛନ୍ତି । ଓବିସି ମାମଲାରେ ତଥ୍ୟର ଅଭାବ ରହିଛି ବୋଲି ସୁପ୍ରିମକୋର୍ଟ କହିଛନ୍ତି । ସ୍ୱତନ୍ତ୍ର ଜାତି ଭିତ୍ତିକ ଜନଗଣନା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରକୁ ଚିଠି ଲେଖିଥିଲେ । ବ୍ୟବହାରିକ ଓ ପ୍ରଶାସନିକ କାରଣରୁ ଏହାକୁ ଅସମ୍ଭବ ବୋଲି କେନ୍ଦ୍ର କହିଛି । କେନ୍ଦ୍ର ସରକାର ତଥ୍ୟ ଯୋଗାଇ ପାରି ନ ଥିବାରୁ ଅମର ପଟ୍ଟନାୟକ ସମାଲୋଚନା କରିଛନ୍ତି ।

Comments are closed.