ପ୍ରଥମ ସମେଟିଭ ଆସେସମେଂଟ ପରୀକ୍ଷା ପାଇଁ ଆଜିଠୁ ମାଟ୍ରିକ ପିଲାଏଁ ପାଇବେ ଆଡମିଟ୍ କାର୍ଡ

ଭୁବନେଶ୍ୱର- ଜାନୁଆରୀ ୫ ତାରିଖରୁ ମାଟ୍ରିକ ପିଲାଙ୍କ ପ୍ରଥମ ସମେଟିଭ ଆସେସମେଂଟ୍ ପରୀକ୍ଷା ଆରମ୍ଭ ହେଉଛି । ନୂଆ ଢାଂଚାରେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ପ୍ରଥମ ପର୍ଯ୍ୟାୟ ପରୀକ୍ଷା ଦେବେ । ଏହି ପରୀକ୍ଷା ଓଏମଆରସିଟରେ ହେବ । ଏଥିପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପ୍ରଶ୍ନପତ୍ର ପ୍ରସ୍ତୁତ ହୋଇଛି । ପରୀକ୍ଷା ପାଇଁ ଆଜିଠାରୁ ଆଡମିଟ କାର୍ଡ ପରୀକ୍ଷାର୍ଥୀଙ୍କୁ ଦିଆଯିବ । ବୋର୍ଡ ଅଫିସ ପକ୍ଷରୁ ରାଜ୍ୟର ବିଭିନ୍ନ ପରୀକ୍ଷା କେନ୍ଦ୍ରକୁ ଆଡମିଟ୍ କାର୍ଡ ପଠାଇ ଦିଆଯାଇଛି । ପରୀକ୍ଷାର୍ଥୀମାନେ ବୋର୍ଡ ୱେବସାଇଟରୁ ମଧ୍ୟ କାର୍ଡ ଡାଉନଲୋଡ୍ କରିପାରିବେ । ଆସନ୍ତାକାଲିଠାରୁ ନୋଡାଲ୍ ସେଂଟରଗୁଡିକୁ ପ୍ରଶ୍ନପତ୍ର ପଠାଯିବ । ରାଜ୍ୟର ୫ ଲକ୍ଷ ୭୧ ହଜାର ୯୩୫ ଜଣ ପରୀକ୍ଷାର୍ଥୀ ସମେଟିଭ ପରୀକ୍ଷା ଦେବେ । ପ୍ରତି ବିଷୟରେ ୫୦ ନମ୍ବର ପରୀକ୍ଷା ହେବ । ୬ଟି ବିଷୟରେ ମୋଟ ୩୦୦ ନମ୍ବର ପରୀକ୍ଷା ହେବ ।

Comments are closed.