ଆୟ ବହିର୍ଭୂତ ସଂପତ୍ତି ମାମଲାରେ କନିଷ୍ଠ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ | News Room Odisha

ଆୟ ବହିର୍ଭୂତ ସଂପତ୍ତି ମାମଲାରେ କନିଷ୍ଠ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ

ବ୍ରହ୍ମପୁର- ଆୟ ବହିର୍ଭୂତ ସଂପତ୍ତି ମାମଲାରେ କନିଷ୍ଠ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ରୁରାଲ୍ ୱାର୍କ ବିଭାଗରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ବଂଶୀଧର ସେଠୀଙ୍କ ବାସଭବନ ସମେତ ୪ଟି ସ୍ଥାନରେ ଭିଜିଲାନ୍ସ ବିଭାଗ ଚଢାଉ କରିଛି । ସେଠୀଙ୍କ ଦିଗପହଣ୍ଡି କାର୍ଯ୍ୟାଳୟ ସମେତ ବ୍ରହ୍ମପୁର ଶକ୍ତିନଗର ଦ୍ୱିତୀୟ ଲାଇନରେ ଥିବା ତିନି ମହଲା କୋଠା,ପୋଲସରା ଚିରିକପଡା ଶାସନରେ ଥିବା ପୈତୃକ ଘର ସମେତ ବ୍ରହ୍ମପୁର ଲୋଚାପଡାରେ ଥିବା ତାଙ୍କର ଜଣେ ସଂପର୍କୀୟ ଘରେ ବି ଚଢାଉ ହୋଇଛି । ଚଢାଉରେ ଦୁଇ ଜଣ ଡିଏସପି ଓ ୬ ଜଣ ପୋଲିସ ଇନ୍ସପେକ୍ଟର ସାମିଲ ହୋଇଛନ୍ତି ।