ଭୁବନେଶ୍ୱର- ଖୁବ୍ଶୀଘ୍ର ସଂରକ୍ଷଣ ତାଲିକା ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ କରିବେ ରାଜ୍ୟ ସରକାର । ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ଏହି ସୂଚନା ଦେଇଛନ୍ତି । ଜିଲ୍ଲା ପରିଷଦ ସଂରକ୍ଷଣ ତାଲିକା ପଞ୍ଚାୟତିରାଜ ବିଭାଗ ଆଗରୁ ହିଁ ପ୍ରକାଶ କରିସାରିଛି । ଏବେ ସରପଂଚ, ସମିତି ସଭ୍ୟ ପାଇଁ ସଂରକ୍ଷଣ ତାଲିକା ପ୍ରକାଶ କରାଯିବ । ସମସ୍ତ ସଂରକ୍ଷଣ ତାଲିକା ଚୂଡାନ୍ତ କରି ନିର୍ବାଚନ ଆୟୋଗଙ୍କୁ ପ୍ରଦାନ କରାଯିବ । ସମସ୍ତ ପ୍ରକ୍ରିୟା ହେଉଥିବାରୁ ନିର୍ବାଚନ ତାରିଖ ଘୋଷଣା ବିଳମ୍ବ ହେଉଛି ବୋଲି ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ।