ରାଜ୍ୟରେ ୨୨୧ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ | News Room Odisha

ରାଜ୍ୟରେ ୨୨୧ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଛନ୍ତି ଆଉ ୨୨୧ କୋରୋନା ଆକ୍ରାନ୍ତ । ସଂଗରୋଧରୁ ୧୨୯ ଓ ସ୍ଥାନୀୟ ଅଂଚଳରୁ ୯୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ୩୪ ଜଣ ଅଛନ୍ତି ।

ଖୋର୍ଦ୍ଧା ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ସର୍ବାଧିକ ୯୮ ଆକ୍ରାନ୍ତ । ସମ୍ବଲପୁରରୁ ୨୧ ଓ କଟକରୁ ୧୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବାଲେଶ୍ୱରରୁ ୮, ମୟୂରଭଞ୍ଜରୁ ୮, ସୁନ୍ଦରଗଡରୁ ୭, ଯାଜପୁରରୁ ୬, ପୁରୀରୁ ୬, ଜଗତସିଂହପୁରରୁ ୫, ଢେଙ୍କାନାଳରୁ ୩, କେନ୍ଦ୍ରାପଡାରୁ ୩, ନୟାଗଡରୁ ୩, ଗଜପତିରୁ ୨, ଗଞ୍ଜାମରୁ ୨, କୋରାପୁଟରୁ ୨, ବରଗଡରୁ ୧, ଭଦ୍ରକରୁ ୧, କେନ୍ଦୁଝରରୁ ୧, ନୂଆପଡାରୁ ୧, ରାୟଗଡାରୁ ୧, ସୋନପୁରରୁ ୧ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଷ୍ଟେଟ ପୁଲ୍‌ରୁ ୨୧ଟି ପଜିଟିଭ ମାମଲା ଆସିଛି । ୮ଟି ଜିଲ୍ଲାରୁ କୌଣସି ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି ।
ରାଜ୍ୟରେ ଏ ଯାଏଁ ମୋଟ ୧୦ ଲକ୍ଷ ୫୪ ହଜାର ୩୮୧ କୋରୋନା ପଜିଟିଭ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୦ ଲକ୍ଷ ୪୪ ହଜାର ୨୭୮ ଜଣ କୋରୋନାକୁ ମାତ୍ ଦେଇଛନ୍ତି । ବର୍ତ୍ତମାନ ୧ ହଜାର ୫୯୩ ଜଣ ରୋଗୀ ଚିକିତ୍ସାଧୀନ ଅଛନ୍ତି ।