ଭିସି ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ନୂଆବର୍ଷ ଶୁଭେଚ୍ଛା ଜଣାଇଲେ ସମସ୍ତ ସଚିବ

ଭୁବନେଶ୍ୱର- ନବବର୍ଷରେ ସବୁ ବିଭାଗର ସଚିବ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ମୁଖ୍ୟ ଶାସନ ସଚିବ ସୁରେଶ କୁମାର ମହାପାତ୍ରଙ୍କ ନେତୃତ୍ୱରେ ସମସ୍ତ ସଚିବ ମୁଖ୍ୟମନ୍ତ୍ରୀଙ୍କୁ ଭିସି ମାଧ୍ୟମରେ ନୂଆବର୍ଷ ଶୁଭେଚ୍ଛା ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ମଧ୍ୟ ସଚିବମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । କୋଭିଜ ପାଇଁ ସରକାରୀ କାର୍ଯ୍ୟାଳୟରେ ନୂଆବର୍ଷ ପାଳନ ଉପରେ କଟକଣା ଜାରି କରାଯାଇଛି । ଫୁଲ ବା ଫୁଲତୋଡା ଦେଇ ଶୁଭେଚ୍ଛା ଜଣାଇବା ବାରଣ କରାଯାଇଛି । କୋଭିଡ ଗାଇଡଲାଇନ ମାନି ମୁଖ୍ୟମନ୍ତ୍ରୀଙବ୍‌କୁ ସବୁ ସଚିବ ନୂଆବର୍ଷ ଶୁଭେଚ୍ଛା ଜଣାଇଛନ୍ତି । ଲୋକସେବା ଭବନର ସମ୍ମିଳନୀ କକ୍ଷରେ ସମସ୍ତ ସଚିବ ଉପସ୍ଥିତ ଥିଲେ ।

Comments are closed.