୩ ରୁ ୧୫ ରୁ ୧୮ ବର୍ଷ ପିଲାଙ୍କୁ କରୋନା ଟୀକା ଦେବା ନିମନ୍ତେ ପ୍ରସ୍ତୁତି ବୈଠକ

ସମ୍ବଲପୁର: ଦେଶରେ କରୋନା ମୁକାବିଲା ପାଇଁ ଏବେ ୧୫ ରୁ ୧୮ ବର୍ଷ ପିଲାଙ୍କ ନିମନ୍ତେ ଟୀକା ଦେବାକୁ ସରକାର ନିଷ୍ପତି ନେଇଥିବାରୁ ଆଜି ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ଜିଲ୍ଲାପାଳ ଶ୍ରୀ ଶୁଭମ ସକସେନା ଅଧ୍ୟକ୍ଷତା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଏସଏମସି କମିଶନର ଶ୍ରୀ ପ୍ରଦୀପ କୁମାର ସାହୁ, ସିଡ଼ିଏମଓ଼ ଡ଼. ଭରତ ଚନ୍ଦ୍ର ଦାସ ସମସ୍ତେ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ ଉପସ୍ଥିତ ଥିଲେ । ଜିଲ୍ଲାରେ ୨୭ଟି ସ୍ଥାନରେ ସ୍ୱାସ୍ଥ୍ୟ ବିଭାଗ ତରଫରୁ ୧୫ ରୁ ୧୮ ବର୍ଷ ପିଲା ମାନଙ୍କୁ କରୋନା ଟୀକା କୋଭାକସିନ ସହରାଞ୍ଚଳରରେ ଅଲଲାଇନ ଏବଂ ଗ୍ରାମାଞ୍ଚଳଗୁଡିକରେ ଉଭୟ ଅନଲାଇନ ଏବଂ ଅଫଲାଇନ ରେ ପ୍ରଦାନ କରାଯିବ । ନେଟୱାର୍କ ଏବଂ ଜନଗହଳିକୁ ଦେଖି ପରବର୍ତ୍ତୀ ପରିବର୍ତ୍ତମାନ ମଧ୍ୟ କରାଯିବ । ପ୍ରଥମ ଚାରିଦିନ ନିମନ୍ତେ ୩୨ ହଜାର ଟୀକା ମହଜୁଦ ରହିଛି । ଜିଲ୍ଲାରେ ୬୧ ହଜାର ୨୨୦ ଜଣଙ୍କୁ ୧୫ ରୁ ୧୮ ବର୍ଷ ପିଲାଙ୍କୁ ଟୀକା ଦେବା ନିମନ୍ତେ ଟାର୍ଗେଟ ରହିଛି । ଏହା ଛଡା ତୃତୀୟ ଡୋଜ ତଥା ବୁଷ୍ଟର ଡୋଜ ନିମନ୍ତେ ଆସନ୍ତା ୧୦ ତାରିଖ ରୁ ଦିଆଯିବା ନିମନ୍ତେ ସ୍ୱାସ୍ଥ୍ୟ ବିଭାଗ ତରଫରୁ ପ୍ରସ୍ତୁତି ସାରିଥିବା ବେଳେ କେଉଁ ଟୀକା ପ୍ରଦାନ କରାଯିବ ତାହା ଚୁଡାନ୍ତ ନିଷ୍ପତି ଆସିନାହିଁ । ପ୍ରଥମେ ସ୍ୱାସ୍ଥ୍ୟ କର୍ମୀ ପରେ ପରେ ସମ୍ମୁଖ ଯୋଦ୍ଧା, ବରିଷ୍ଠ ନାଗରୀକଙ୍କୁ ବୁଷ୍ଟର ଡୋଜ ପ୍ରଦାନ କରାଯିବ । ଯେଉଁ ମାନଙ୍କ ଦ୍ୱିତୀୟ ଡୋଜ ନେବାର ୯ ମାସ ପରେ ବୁଷ୍ଟର ଡୋଜ ନେଇପାରିବେ ବୋଲି ସ୍ୱାସ୍ଥ୍ୟ ବିଭାଗ ତରଫରୁ ସୂଚନା ମିଳିଛି । ଯେଉଁ ମାନେ କୋଇନ୍ ପୋର୍ଟାଲ ପଞ୍ଜିକରଣ କରିଛନ୍ତି ସେ ସେ ମୋବାଇଲ ନମ୍ବର ରେ ହିଁ ପୁଣି ଠାରେ ପଞ୍ଜିକରଣ କରିପାରିବେ । ଗୋଟିଏ ମୋବାଇଲ ନମ୍ବରୁ ସର୍ବାଧିକ ୪ ଜଣଙ୍କ ପଞ୍ଜିକରଣ କରାଯାଇପାରିବ ।

Comments are closed.