ଆଜି ବସିବ ବର୍ଷର ପ୍ରଥମ କ୍ୟାବିନେଟ, ୧୧ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିବା ସମ୍ଭାବନା

ଭୁବନେଶ୍ୱର – ଆଜି ବସିବ ଚଳିତ ବର୍ଷ ରାଜ୍ୟର ପ୍ରଥମ କ୍ୟାବିନେଟ ବୈଠକ । ପୂର୍ବାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲରେ ବସିବାକୁ ଥିବା ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବ । ଚଳିତ ସପ୍ତାହ ପରେ ପଂଚାୟତ ନିର୍ବାଚନ ତାରିଖ ଘୋଷଣା ହେବା ସମ୍ଭାବନା ଥିବାରୁ ଆଜିର କ୍ୟାବିନେଟ ବୈଠକକୁ ବେଶ୍ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି । କୃଷି, ଜଳସଂପଦ, ପଂଚାୟତିରାଜ, ନଗର ଉନ୍ନୟନ ଓ ପୂର୍ତ୍ତ ଆଦି ବିଭାଗର ୧୧ଟି ପ୍ରସ୍ତାବ ଉପରେ ମୋହର ବାଜିବା ସମ୍ଭାବନା ରହିଛି । ଦୁଇଟି ବିଭାଗର ସରକାରୀ କର୍ମଚାରୀଙ୍କ କ୍ୟାଡର ସଂଶୋଧନ ନେଇ ମଧ୍ୟ ବୈଠକରେ ପ୍ରସ୍ତାବ ଆସିପାରେ ।

Comments are closed.