ବିଜେଡି ନାରୀ ସଶକ୍ତୀକରଣର ପୁରୋଧା: ଗଞ୍ଜାମ ଜିଲ୍ଲା ମହିଳା ବିଜେଡି କାର୍ଯ୍ୟକାରିଣୀ ବୈଠକ

ବ୍ରହ୍ମପୁର: ରାଜ୍ୟ ସରକାର ତଥା ବିଜୁ ଜନତା ଦଳ ଦଳୀୟ ସଙ୍ଗଠନରେ ମହିଳାମାନଙ୍କୁ ଯଥେଷ୍ଟ ଗୁରୁତ୍ବ ଦିଆଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସୁଶାସନର ଅନ୍ୟତମ ମନ୍ତ୍ର ହୋଇଛି ନାରୀ ସଶକ୍ତୀକରଣ। ମହିଳାମାନେ ସଙ୍ଗଠିତ ହୁଅନ୍ତୁ, ଆତ୍ମନିର୍ଭରଶୀଳ ତଥା ସ୍ବାବଲମ୍ବୀ ହୋଇ ସମାଜରେ ନିଜର ପ୍ରମୁଖ ଭୂମିକା ନିର୍ବାହ କରନ୍ତୁ। ଆଜି ଗଞ୍ଜାମ ଜିଲ୍ଲା ମହିଳା ବିଜେଡି ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ଏହି ବାର୍ତ୍ତା ଦିଆଯାଇଛି। ସହର ଉପକଣ୍ଠ ରଙ୍ଗେଇଲୁଣ୍ଡା ବ୍ଲକ୍‌ର କନିଷି ଠାରେ ହୋଇଥିବା ଏହି ବୈଠକରେ ଜିଲ୍ଲା ସଭନେତ୍ରୀ ସଂଘମିତ୍ରା ଦଳେଇ ପୌରୋହିତ୍ୟ କରିଥିଲେ। ଦଳୀୟ ସଙ୍ଗଠନରେ ମହିଳାଙ୍କ ଭୂମିକା, ରାଜ୍ୟ ସରକାର ମହିଳାଙ୍କ ପାଇଁ ପ୍ରଣୟନ କରିଥିବା ବିଭିନ୍ନ ଯୋଜନା, ଏହାର ସୁଫଳ କିଭଳି ତୃଣମୂଳସ୍ତରରେ ପହଞ୍ଚି ପାରିବ, ଆଗାମୀ ପଞ୍ଚାୟତ ନିର୍ବାଚନରେ ମହିଳା ନେତୃତ୍ବର ଭୂମିକା, କୋଭିଡ୍ ମୁକାବିଲାରେ ନାରୀ ଗୋଷ୍ଠୀଙ୍କ ଭୂମିକା ଆଦି ଉପରେ ଆଲୋଚନା ହୋଇଥିଲା। କୋଭିଡ୍ ନିୟମ ମୁତାବକ ସ୍ବଳ୍ପସଂଖ୍ୟକ ନେତ୍ରୀଙ୍କୁ ନେଇ ବୈଠକ ହୋଇଥିବା ବେଳେ ପ୍ରତି ନିର୍ବାଚନମଣ୍ଡଳୀରେ ନିଜ ନିଜ ବିଧାୟକ ଓ ବିଧାୟିକାଙ୍କ ତତ୍ତ୍ଵାବଧାନରେ ଏହି କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା। ସାରା ଜିଲ୍ଲାକୁ ରଙ୍ଗେଇଲୁଣ୍ଡା ଠାରୁ କୁମ୍ ଯୋଗାଯୋଗରେ ତୃଣମୂଳସ୍ତରର ମହିଳା ନେତୃବୃନ୍ଦ ଯୋଗ ଦେଇଥିଲେ।

ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଭର୍ଚୁଆଲ ମିଟ୍‌ରେ ଉଦ୍‌ବୋଧନ ଦେଇଥିଲେ। ବୈଠକରେ ମୁଖ୍ୟ ଅତିଥି ଥିଲେ ମହିଳା ବିଜେଡି ରାଜ୍ୟ ସଭାନେତ୍ରୀ ସ୍ନେହାଙ୍ଗିନି ଛୁରିଆ। ସମ୍ମାନିତ ଅତିଥି ଭାବେ ଆସ୍କା ସାଂସଦ ପ୍ରମିଳା ବିଷୋୟୀ, ଇସ୍ପାତ ଓ ଖଣି ମନ୍ତ୍ରୀ ତଥା ଗଞ୍ଜାମ ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରଫୁଲ୍ଲ ମଲ୍ଲିକ, ମୁଖ୍ୟମନ୍ତ୍ରୀଙ୍କ ଓଏସ୍‌ଡି ଡ. ଗୋପବନ୍ଧୁ ଦାସ ମଞ୍ଚାସୀନ ଥିଲେ। ଜିଲ୍ଲା ବିଜେଡି ସଭାପତି ଡା. ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ରାଜ୍ୟ ସମ୍ପାଦିକା ଏମ୍.ସୁଜାତା, ଜୋନାଲ୍ ସଭାପତି ମମତା ବିଶୋୟୀ ଉପସ୍ଥିତ ଥିଲେ।

Comments are closed.