ରାଜ୍ୟରେ ଆଜିଠାରୁ କୋରୋନା କଟକଣା କଡାକଡି, ରାତି ୯ରୁ ନାଇଟ କର୍ଫ୍ୟୁୁ, ବିବାହରେ ସର୍ବାଧିକ ୧୦୦ ଜଣଙ୍କୁ ଅନୁମତି

ଭୁବନେଶ୍ୱର – କୋରୋନା ସଂକ୍ରମଣ ବଢି ଚାଲିଥିବା ବେଳ ଆଜିଠାରୁ ସାରା ରାଜ୍ୟରେ ଲାଗୁ ହୋଇଛି ନୂଆ କୋରୋନା କଟକଣା ଗାଇଡଲାଇନ । ଏ ନେଇ ଏସଆରସି ପ୍ରଦୀପ ଜେନା ୫ ତାରିଖରେ ଘୋଷଣା କରିଥିଲେ । ଆଜିଠାରୁ ରାତି ୯ଟାରୁ ନାଇଟ କର୍ଫ୍ୟୁ ଲାଗୁ ହେବ । ସରକାରୀ ଅଫିସ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ଚାଲିବ । ଦ୍ୱାଦଶ ଶ୍ରେଣୀ ଯାଏଁ ସ୍କୁଲ ବନ୍ଦ ରହିବ । ଅନଲାଇନ ପାଠପଢା ଜାରି ରହିବ । ଢାବା, ରେଷ୍ଟୁରାଂଟ ଓ ହୋଟେଲରେ ମାତ୍ର ୫୦ ପ୍ରତିଶତ ଲୋକ ହିଁ ବସି ଖାଇପାରିବେ । ଦୋକାନ, ବଜାର, ମଲ୍‌ରେ ଭିଡ ନିୟନ୍ତ୍ରଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅଧିକ ଭିଡ ହେଲେ ଦୋକାନବଜାର, ମଲ୍ ୭ ଦିନ ଯାଏଁ ସିଲ୍ କରିଦିଆଯିବ ଓ ଜୋରିମାନା ବି ପଡିବ । ବିବାହ, ବ୍ରତରେ ସର୍ବାଧିକ ୧୦୦ ଜଣଙ୍କୁ ଅନୁମତି ଦିଆଯାଇଥିବା ବେଳେ ଅନ୍ତ୍ୟେଷ୍ଟିରେ ସର୍ବାଧିକ ୫୦ ଜଣ ସାମିଲ ହୋଇପାରିବେ । ମୁକ୍ତାକାଶ ରଂଗମଂଚରେ ଅପେରା, ଯାତ୍ରା ୧ ହଜାର ଦର୍ଶକଙ୍କୁ ନେଇ ଚାଲିବ । ସିନେମାହଲଗୁଡିକ ୫୦ ପ୍ରତିଶତ ଦର୍ଶକଙ୍କୁ ହିଁ ଛାଡିବେ । କୌଣସି ପ୍ରକାର ସାମାଜିକ, ସାଂସ୍କୃତିକ ଓ ଧାର୍ମିକ କାର୍ଯ୍ୟକ୍ରମକୁ ବାରଣ କରାଯାଇଛି । ରାଜନୈତିକ ସମାବେଶ ଓ ରାଲିରେ କେବଳ ୧୦୦ ଜଣଙ୍କୁ ହିଁ ଅନୁମତି ଦିଆଯାଇଛି । କୋଭିଡ ନିୟମ ମାନିବା ସହ ମାସ୍କ ପରିଧାନ କରିବା ଓ ହ୍ୟାଣ୍ଡ ସାନିଟାଇଜେସନ ଉପରେ ଗୁରୁତ୍ୱ ଦିଆଯାଇଛି ।

Comments are closed.