ରାଜ୍ୟରେ ଆଜି ଆଉ ୧୪ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ, ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୫

ଭୁବନେଶ୍ୱର –ରାଜ୍ୟରେ ଆଉ ୧୪ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୭୫କୁ ବୃଦ୍ଧି ପାଇଛି । ଆଜି ଆଉ ୧୪ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ଆଇଏଲଏସ ପକ୍ଷରୁ ସ୍ୱାସ୍ଥ୍ୟ ବିଭାଗକୁ ଜଣାଇ ଦିଆଯାଇଛି । ଗତବର୍ଷ ଡିସେମ୍ବର ୨୧ ତାରିଖରେ ରାଜ୍ୟରେ ପ୍ରଥମ ଥର ପାଇଁ ଚିହ୍ନଟ ହୋଇଥିଲେ ଓମିକ୍ରନ ଆକ୍ରାନ୍ତ । ଡିସେମ୍ବର ୨୧ରେ ୨ ଜଣ, ଡିସେମ୍ବର ୨୩ରେ ୨, ଡିସେମ୍ବର ୨୬ରେ ୪, ଡିସେମ୍ବର ୨୯ ତାରିଖରେ ଜଣେ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଡିସେମ୍ବର ୩୦ ତାରିଖରେ ୫ ଜଣ,ଜାନୁଆରୀ ୨ ତାରିଖରେ ୨୩, ଜାନୁଆରୀ ୫ ତାରିଖରେ ୨୪ ଜଣ ଓମିକ୍ରନ ଆକ୍ରାନ୍ତ ରାଜ୍ୟରେ ଚିହ୍ନଟ ହୋଇଛନ୍ତି ।

Comments are closed.