ପଂଚାୟତ ନିର୍ବାଚନ ନେଇ ରାଜ୍ୟ ସରକାରଙ୍କ ସହ ନିର୍ବାଚନ ଆୟୋଗଙ୍କ ବୈଠକ

ଭୁବନେଶ୍ୱର- ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ତ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିଶନ । ଏଣେ ଆମ ରାଜ୍ୟରେ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ତାରିଖ ଘୋଷଣା ଉପରେ ସମସ୍ତଙ୍କ ନଜର । ତେବେ ନିର୍ବାଚନ କରିବା ନେଇ ରାଜ୍ୟ ନିର୍ବାଚନ ଆୟୋଗ ପ୍ରସ୍ତୁତି ଜୋରଦାର କରିଛନ୍ତି ।

ଆସନ୍ତା ୧୦ ତାରିଖର ସର୍ବଦଳୀୟ ବୈଠକ ପୂର୍ବରୁ ଆଜି ନିର୍ବାଚନ ଆୟୋଗ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ବୈଠକ ହୋଇଛି । ସରକାରଙ୍କ ଇନପୁଟକପ ଆଧାର କରି ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢି ବୈଠକ ପରେ କହିଛନ୍ତି । ଆଜିର ବୈଠକରେ ମୁଖ୍ୟ ଶାସନ ସଚିବ,ଉନ୍ନୟନ କମିଶନର, ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ଶାସନ ସଚିବଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ । ବୈଠକରେ କୋଭିଡ ସ୍ଥିତିକୁ ନେଇ ବ୍ୟାପକ ଆଲୋଚନା ହୋଇଛି । ସୁରକ୍ଷା ପ୍ରସଙ୍ଗ ମଧ୍ୟ ବୈଠକରେ ସ୍ଥାନ ପାଇଥିଲା ।

ପଂଚାୟକ ନିର୍ବାଚନ ନେଇ ଆସନ୍ତା ୧୦ ତାରିଖରେ ସର୍ବଦଳୀୟ ବୈଢକ ଡାକିଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ । ୧୨ ତାରିଖରେ ନିର୍ବାଚନ ସବୁ ଜିଲ୍ଲାପାଳ ଓ ଏସପିମାନଙ୍କ ସହ ଆଲୋଚନା କରିବେ

Comments are closed.