ସ୍ବେଚ୍ଛାସେବୀ ଅନୁଷ୍ଠାନ ସମ୍ବଳର ୫ଶହ ତମ ଶବଦାହ, ଅଜଣା ଶବକୁ କାନ୍ଧ ଦେଇ ମାନବିକତାର ପରିଚୟ ଦେଲେ ସମ୍ବଲପୁରର ନୂତନ ଜିଲ୍ଲାପାଳ ଓ ଏସପି

ସମ୍ବଲପୁର: ନୂଆ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ସମ୍ବଲପୁରରେ ଯୋଗ ଦେବା ମାତ୍ରେ ଲୋକଙ୍କ ସହ ଯୋଡି ହେବାର ଚେଷ୍ଟା କରିଛନ୍ତି। ସ୍ବେଚ୍ଛାସେବୀ ଅନୁଷ୍ଠାନ ଆଜି ପାଞ୍ଚ ଶହ ତମ ଅଜଣା ଶବଦାହ କରିଥିବା ବେଳେ ଏସପି ବାତୁଲା ଗଙ୍ଗାଧରଙ୍କ ସହ ମିଶି ଏହି ଅପରିଚିତ ମଣିଷର ଶେଷ କୃତ୍ୟ ସଂପନ୍ନ କରିଛନ୍ତି।

ସମ୍ବଳ ଅନୁଷ୍ଠାନ ଆଜକୁ ଦୀର୍ଘ ବର୍ଷ ହେଲା ସମ୍ବଲପୁର ସହରରୁ ଆରମ୍ଭ କରି ବୁର୍ଲା ମେଡିକାଲରେ ମୃତ୍ଯୁବରଣ କରୁଥିବା ଅପରିଚିତ ଙ୍କ ଶବଦାହର ବୋଝ ଉଠାଇ ଆସୁଛି। ଆଉ ଆଜି ଏହି ଅନୁଷ୍ଠାନ ଦ୍ବାରା ୫ଶହ ତମ ଶବଦାହ ହୋଇଛି। ତେବେ ଏଥିରେ ସମ୍ବଳର ମୁଖ୍ୟ ରାମଦାସ ପଣ୍ଡା ଓ ଅନ୍ୟ କର୍ମକର୍ତ୍ତାଙ୍କ ସହ ଜିଲ୍ଲାପାଳ ପରିଡା ଓ ଏସପି  ଗଂଗାଧର ଉକ୍ତ ମରଶରୀରକୁ ବୋହି ସମ୍ବଲପୁର ରାଜଘାଟରେ ଶେଷକୃତ୍ୟ ସଂପନ୍ନ କରିଛନ୍ତି। ଜିଲ୍ଲାପାଳ ଏବଂ ଏସପିଙ୍କ ଏଭଳି ମହତ କାମକୁ ନେଇ ସବୁ ମହଲରେ ପ୍ରଶଂସାର ସୁଅ ଛୁଟୁଛି।

Comments are closed.