ପଂଚାୟତ ନିର୍ବାଚନ ନେଇ ସର୍ବଦଳୀୟ ବୈଠକ : ଇସିଆଇ ଗାଇଡଲାଇନକୁ ଆଧାର କରି ହେବ ପଂଚାୟତ ନିର୍ବାଚନ ଗାଇଡଲାଇନ

ଭୁବନେଶ୍ୱର – ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ନେଇ ସର୍ବଦଳୀୟ ବୈଠକ ଶେଷ ହୋଇଛି । ଭାରତର ନିର୍ବାଚନ କମିଶନ-ଇସିଆଇର ଗାଇଡଲାଇନକୁ ଆଧାର କରି ପଂଚାୟତ ନିର୍ବାଚନ ଗାଇଡଲାଇନ ଆସିବ । ଆଜି ଏହି ଗାଇଡଲାଇନ ଆସିବ ବୋଲି ବୈଠକ ପରେ ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢୀ । କୋଭିଡ ସ୍ଥିତି ମଧ୍ୟରେ କିଭଳି ନିର୍ବାଚନ କରାଯିବ, ସେ ନେଇ ବୈଠକରେ ସମସ୍ତ ରାଜନୈତିକ ଦଳ ସହ ଆଲୋଚନା ହୋଇଛି ବୋଲି ସେ ସୂଚନା ଦେଇଛନ୍ତି ।

ଆଜି ପଂଚାୟତ ନିର୍ବାଚନ ଗାଇଡଲାଇନ ଆସିବ । ତୋଷାଳୀ ଭବନ ସ୍ଥିତ ନିର୍ବାଚନ କମିଶନଙ୍କ ଅଫିସରେ ହୋଇଥିବା ସର୍ବଦଳୀୟ ବୈଠକରେ ବିଭିନ୍ନ ଦଳର ପ୍ରତିନିଧି ଯୋଗ ଦେଇଥିଲେ । ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନରଙ୍କ ଅଧ୍ୟକ୍ଷତାରେ ଚାଲିଥିବା ବୈଠକରେ ବିଜେଡି ସାଂସଦ ଅମର ପଟ୍ଟନାୟକ, ବିଜେପି ବିଧାୟକ ମୋହନ ମାଝୀ, କଂଗ୍ରେସର ଗଣେଶ୍ୱର ବେହେରା ଓ ଶିବାନନ୍ଦ ରାୟ ପ୍ରମୁଖ ଉପସ୍ଥିତ ଥିଲେ ।

Comments are closed.