ଆଜି ପଂଚାୟତ ନିର୍ବାଚନ ତାରିଖ ଘୋଷଣା କରିପାରନ୍ତି ରାଜ୍ୟ ନିର୍ବାଚନ ଆୟୋଗ

ଭୁବନେଶ୍ୱର – ତ୍ରିସ୍ତରୀୟ ପଂଚାୟତ ନିର୍ବାଚନର ତାରିଖ ଘୋଷଣା କରିପାରନ୍ତି ରାଜ୍ୟ ନିର୍ବାଚନ କମିଶନ । ଆଜି ଦିନ ସାଢେ ୧୧ଟାରେ ଗୀତଗୋବିନ୍ଦ ସଦନରେ ରାଜ୍ୟ ନିର୍ବାଚନ କମିଶନଙ୍କ ପ୍ରେସମିଟ୍ ରହିଛି । ଏଥିରେ ପଂଚାୟତ ନିର୍ବାଚନ ତାରିଖ ଘୋଷଣା କରିପାରନ୍ତି କମିଶନ । ଗତକାଲି କମିଶନ ପଂଚାୟତ ନିର୍ବାଚନ ପ୍ରସଙ୍ଗରେ ସର୍ବଦଳୀୟ ବୈଠକ ଡାକିଥିଲେ । ବିଜେପି ଓ କଂଗ୍ରେସ କୋଭିଡ ସ୍ଥିତି ଦୃଷ୍ଟିରୁ ନିର୍ବାଚନ ଟାଳିବାକୁ ପ୍ରସ୍ତାବ ରଖିଥିବା ବେଳେ ଶାସକ ବିଜେଡି ଠିକ୍ ସମୟରେ ନିର୍ବାଚନ ପାଇଁ ମତ ରଖିଥିଲା । ଫେବ୍ରୁଆରୀ ଦ୍ୱିତୀୟ ସପ୍ତାହରୁ ପର୍ଯ୍ୟାୟ କ୍ରମେ ରାଜ୍ୟରେ ପଂଚାୟତ ନିର୍ବାଚନ ହେବା ସମ୍ଭାବନା ରହିଛି ।

Comments are closed.