ଫେବ୍ରୁଆରୀ ୧୬ରୁ ୫ଟି ପର୍ଯ୍ୟାୟରେ ପଂଚାୟତ ନିର୍ବାଚନ ପାଇଁ ଭୋଟ୍‌, ୨୬ରୁ ଗଣତି, କୋଭିଡ ପାଇଁ ସମାବେଶ ମନା

ଭୁବନେଶ୍ୱର – ରାଜ୍ୟରେ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଛି । ପ୍ରେସମିଟରେ ମୁଖ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢି ତାରିଖ ଘୋଷଣା କରିଛନ୍ତି । କଡା କୋଭିଡ କଟକଣାରେ ହେବ ନିର୍ବାଚନ । ୫ଟି ପର୍ଯ୍ୟାୟରେ ହେବ ମତଦାନ । ୧୬, ୧୮,୨୦, ୨୨ ଓ ୨୪ ଫେବ୍ରୁଆରୀରେ ଭୋଟ ଗ୍ରହଣ ହେବ । ୨୬ ତାରିଖରୁ ତିନି ଦିନ ଭୋଟ ଗଣତି ହେବ । ସବୁ ବ୍ଲକସ୍ତରରେ ହେବ ଭୋଟ ଗଣତି । ଫେବ୍ରୁଆରୀ ୨୬, ୨୭ ଓ ୨୮ ତାରିଖରେ ହେବ ଭୋଟ ଗଣତି ।

୨ କୋଟିରୁ ଅଧିକ ଭୋଟର ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ । ସକାଳ ୭ଟାରୁ ଦିନ ଗୋଟାଏ ଯାଏଁ ମତଦାନ ହେବ । ଆଜିଠାରୁ ସାରାରାଜ୍ୟରେ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଛି । କୋଭିଡ ସ୍ଥିତି ଯୋଗୁଁ ନିର୍ବାଚନ ପ୍ରଚାରରେ କଟକଣା ଜାରି କରାଯାଇଛି । କୌଣସି ରାଜନୈତିକ ସମାବେଶ ହୋଇପାରିବ ନାହିଁ । ମାତ୍ର ୫ ଜଣଙ୍କ ସହ ପ୍ରାର୍ଥୀ ଘରକୁ ଘର ବୁଲି ପ୍ରଚାର କରିପାରିବେ । ଭର୍ଚୁଆଲେ ପ୍ରଚାର ବି କରିପାରିବେ ପ୍ରାର୍ଥୀ । ସ୍ଥିତି ଦେଖି ନିର୍ବାଚନ ପ୍ରଚାର ଉପରେ ଥିବା କଟକଣା କୋହଳ କରାଯିବ କି ନାହିଁ , ତାହା ପରେ ବିଚାର କରାଯିବ । ପଦ ଯାତ୍ରା, ବାଇକ ଓ ସାଇକେଲ ଶୋଭାଯାତ୍ରାକୁ ବାରଣ କରାଯାଇଛି ।

Comments are closed.