ପୁଣି ବଢିଲା ଆୟକର ରିଟର୍ଣ୍ଣ ଦାଖଲ ସମୟସୀମା

ନୂଆଦିଲ୍ଲୀ – କେନ୍ଦ୍ର ସରକାର ପୁଣି ଥରେ ଆୟକର ରିଟର୍ଣ୍ଣ ସମୟସୀମା ବଢାଇଛନ୍ତି । ଆଇଟିଆର ଦାଖଲ କରିବାର ଶେଷ ତାରିଖ ୨୦୨୨ ମାର୍ଚ୍ଚ ୧୫କୁ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । କୋରୋନା ପାଇଁ ଟିକସଦାତାମାନେ ସମସ୍ୟାର ସମ୍ମୁଖୀନ ହେଉଥିବାରୁ ସେମାନଙ୍କୁ ଆଶ୍ୱସ୍ତି ଦେବା ପାଇଁ ଆଇଟିଆର ଦାଖଲ ସମୟସୀମା ବୃଦ୍ଧି କରାଯାଇଛି ବୋଲି ସରକାରୀ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି । ଆଇଟିଆର ଅବଧି ବ୍ୟତୀତ ବିଭିନ୍ନ ଅଡିଟ୍ ରିପୋର୍ଟ ଦାଖଲ ଅବଧିକୁ ମଧ୍ୟ ମାର୍ଚ୍ଚ ୧୫ ଯାଏଁ ବୃଦ୍ଧି କରାଯାଇଛି ।

Comments are closed.