ପିକ୍ ବେଳେ ରାଜ୍ୟରେ କୋରୋନା ସଂକ୍ରମଣ ଦୈନିକ ୩୦ ହଜାର ରହିବ ?

ଭୁବନେଶ୍ୱର- ରାଜ୍ୟରେ କୋରୋନା ସଂକ୍ରମଣ ବଢି ଚାଲିଥିବା ବେଳେ ତୃତୀୟ ଲହରର ପିକ୍‌କୁ ନେଇ ନାନା କଥା ଶୁଣାଯାଉଛି । ଜାନୁଆରୀ ଶେଷ ସୁଦ୍ଧା ସଂକ୍ରମଣ ପିକ୍‌ରେ ରହିବ ବୋଲି କୁହାଯାଉଛି । ତେବେ ପିକ୍ ସମୟରେ ରାଜ୍ୟରେ ଦୈନିକ ୩୦ ହଜାରରୁ ଅଧିକ ଲୋକ ସଂକ୍ରମିତ ହୋଇପାରନ୍ତି । ସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ଅଶୋକ ମହାପାତ୍ର ଏହି ପୂର୍ବାନୁମାନ କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ପିକ୍ ସମୟରେ ଦୈନିକ ୩୦ରୁ ୪୦ ଜଣଙ୍କ ମୃତ୍ୟୁ ଆଶଙ୍କା କରାଯାଉଛି । ୬ ମାସ ତଳେ ଟିକା ନେଇଥିଲେ ବି ଏହା କାଟୁ କରିବ ନାହିଁ । ତେଣୁ ବୁଷ୍ଟର ଡୋଜ୍‌ର ଆବଶ୍ୟକତା ରହିଛି ବୋଲି ଡାକ୍ତର ମହାପାତ୍ର କହିଛନ୍ତି । ଡେଲଟାଠାରୁ ଓମିକ୍ରନ ୪ ଗୁଣ ଅଧିକ ସଂକ୍ରମିତ କରୁଛି ବୋଲି ସେ କହିଛନ୍ତି ।

Comments are closed.