ଆନ୍ତର୍ଜାତିକ ହକିକୁ ଗୁଡବାୟ କହିଲେ ଲିଳିମା ମିଞ୍ଜ୍‌

ଭୁବନେଶ୍ୱର – ଓଡିଶାର ମହିଳା ହକି ତାରକା ଲିଳିମା ମିଞ୍ଜ ଆନ୍ତର୍ଜାତିକ ହକିରୁ ଅବସର ଘୋଷଣା କରିଛନ୍ତି । ଭାରତୀୟ ମହିଳା ହକି ଦଳ ପାଇଁ ଅନେକ ବର୍ଷ ଖେଳିଆସିଥିଲେ ଲିଳିମା । ତେବେ, ସେ ଘରୋଇ ହକି ମ୍ୟାଚ ଖେଳିବା ଜାରି ରଖିବେ ବୋଲି ଲିଳିମା କହିଛନ୍ତି । ଦକ୍ଷତା ଅନୁସାରେ ଓଡିଶାହକିର ଉନ୍ନତି ପାଇଁ କାର୍ଯ୍ୟ କରିବେ ବୋଲି ମଧ୍ୟ ଲିଳିମା କହିଛନ୍ତି । ଭାରତୀୟ ହକି ପ୍ରତି ଲିଳିମାଙ୍କ ଅବଦାନକୁ ଭୁଲି ହେବ ନାହିଁ ବୋଲି ହକି ଇଣ୍ଡିଆ ପକ୍ଷରୁ କୁହାଯାଇଛି । ତାଙ୍କର ଭବିଷ୍ୟତ ପାଇଁ ଶୁଭକାମନା ଜଣାଇଛି ହକି ଇଣ୍ଡିଆ ।

Comments are closed.