ନୂଆ ଆକଳନ : ପିକ୍ ବେଳେ ରାଜ୍ୟରେ ଦୈନିକ ସଂକ୍ରମମ ୨୨ରୁ ୨୫ ହଜାର ଯାଇପାରେ

ଭୁବନେଶ୍ୱର- ରାଜ୍ୟରେ କୋରୋନାର ତୃତୀୟ ଲହରରେ ଦିନକୁ ଦିନ ଦ୍ରୁତଗତିରେ ବଢିଚାଲିଛି ଦୈନିକ ସଂକ୍ରମିତଙ୍କ ସଂଖ୍ୟା । ଦୁଇ ଦିନ ହେଲା ସଂକ୍ରମଣ ୧୦ ହଜାର ଉପରେ ରହୁଛି । ତେବେ ପିକ୍ ସମୟରେ ରାଜ୍ୟରେ ସଂକ୍ରମଣ କେତେ ରହିବ, ସେ ନେଇ ଚର୍ଚ୍ଚା ଚାଲିଛି । ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ ସାଇନ୍ସ ଓ ଇଣ୍ଡିଆନ ଷ୍ଟାଟିଷ୍ଟିକାଲ ଇନଷ୍ଟିଚ୍ୟୁଟ୍ ବେଙ୍ଗଳୁରୁର ଆକଳନ ଅନୁସାରେ ପିକ୍ ସମୟରେ ଓଡିଶାରେ ଦୈନିକ ସଂକ୍ରମଣ ୨୨ରୁ ୨୫ ହଜାର ରହିପାରେ । ପରେ ଏହା ୧୫ରୁ ୨୦ ହଜାର ମଧ୍ୟରେ ରହିପାରେ ବୋଲି ଆକଳନ କରାଯାଇଛି । ଜାନୁଆରୀ ଶେଷ ବା ଫେବ୍ରୁଆରୀ ପ୍ରଥମ ସପ୍ତାହରେ ପିକ୍ ପିରିୟଡ ଆସିପାରେ ।

ଦେଶରେ ବି ସେହି ସମୟରେ ପିକ୍ ସମୟ ଆସିବ । ଆଉ ଦେଶରେ ଦୈନିକ ସଂକ୍ରମମ ୯ରୁ ୧୦ ଲକ୍ଷ ରହିପାରେ ବୋଲି ଆକଳନ କରାଯାଇଛି ।

Comments are closed.