ପଂଚାୟତ ନିର୍ବାଚନ ପରିଚାଳନା ନେଇ ଆଜି ସବୁ ଜିଲ୍ଲାପାଳ ଓ ଏସପିଙ୍କ ସହ ଆଲୋଚନା କରିବେ ନିର୍ବାଚନ କମିଶନର

ଭୁବନେଶ୍ୱର-ରାଜ୍ୟରେ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ରାଜ୍ୟ ନିର୍ବାଚନ କମିଶନ ନିର୍ବାଚନ ସୁରୁଖୁରୁରେ ପରିଚାଳନା ପାଇଁ ସବୁ ପ୍ରକାର ବ୍ୟବସ୍ଥା କରୁଛନ୍ତି । ଆଜି ନିର୍ବାଚନ ପରିଚାଳନା ନେଇ ସବୁ ଜିଲ୍ଲାପାଳ ଓ ଏସପିଙ୍କ ସହ ଭିଡିଓକନଫରେନସିଂ ଜରିଆରେ ଆଲୋଚନା କରିବେ ମୁଖ୍ୟ ନିର୍ବାଚନ କମିଶନର ଆଦିତ୍ୟ ପାଢୀ । ନିର୍ବାଚନକୁ ଅବାଧ, ସ୍ୱଚ୍ଛ ଓ ନିରାପ କରିବା ପାଇଁ ବୈଠକରେ ଆଲୋଚନା । ଆସନ୍ତା ଫେବ୍ରୁଆରୀ ୧୬ରୁ ୫ଟି ପର୍ଯ୍ୟାୟରେ ରାଜ୍ୟରେ ପଂଚାୟତ ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ହେବ । ଫେବ୍ରୁଆରୀ ୨୬ରୁ ତିନି ଦିନ ଯାଏଁ ହେବ ଭୋଟ୍ ଗଣତି । କଡା କୋଭିଡ କଟକଣା ମଧ୍ୟରେ ହେବ ନିର୍ବାଚନ ।

Comments are closed.