୨୦୨୧ରେ ଓଡିଶାରେ ବଜ୍ରପାତରେ ସର୍ବାଧିକ ୨୧୩ ଲୋକଙ୍କ ମୃତ୍ୟୁ : ଆଇଏମଡି ରିପୋର୍ଟ

ନୂଆଦିଲ୍ଲୀ -ଓଡିଶାରେ ବଜ୍ରପାତରେ ସର୍ବାଧିକ ଲୋକଙ୍କ ମୃତ୍ୟୁ ହୋଇଛି । ଆଇଏମଡିର ୨୦୨୧ ଜଳବାୟୁ ରିପୋର୍ଟରେ ଏହି ତଥ୍ୟ ଦିଆଯାଇଛି । ୨୦୨୧ ମସିହାରେ ରାଜ୍ୟରେ ୨୧୩ ଜଣ ଲୋକ ବଜ୍ରପାତରେ ପ୍ରାଣ ହରାଇଛନ୍ତି । ସମଗ୍ର ଦେଶରେ ମୋଟ ୭୮୦ ଜଣ ଲୋକ ବଜ୍ରପାତରେ ପ୍ରାଣ ହରାଇଛନ୍ତି । ଓଡିଶା ପରେ ମଧ୍ୟ ପ୍ରଦେଶରେ ସର୍ବାଧିକ ଲୋକ ବଜ୍ରପାତରେ ପ୍ରାଣ ହରାଇଥିବା ରିପୋର୍ଟରେ କୁହାଯାଇଛି । ଗତବର୍ଷ ମଧ୍ୟ ପ୍ରଦେଶରେ ୧୫୬, ବିହାରରୁ ୮୯, ମହାରାଷ୍ଟ୍ରରୁ ୭୬, ପଶ୍ଚିମବଙ୍ଗରୁ ୫୮, ଝାଡଖଣ୍ଡରୁ ୫୪, ଉତ୍ତର ପ୍ରଦେଶରୁ ୪୯ ଓ ରାଜସ୍ଥାନରୁ ୪୮ ଜଣଙ୍କ ମୃତ୍ୟୁ ହୋଇଛି ।

Comments are closed.