ରାଜ୍ୟରେ ଆଉ ୧୦ ହଜାର ୮୫୬ କୋରୋନା ଆକ୍ରାନ୍ତ ଚିହ୍ନଟ,ଖୋର୍ଦ୍ଧାରୁ ସର୍ବାଧିକ ୩ ହଜାର ୮୭

ଭୁବନେଶ୍ୱର- ଲଗାତର ତୃତୀୟ ଦିନ ଧରି ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣ ୧୦ ହଜାର ଉପରେ ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୧୦ ହଜାର ୮୫୬ ପଜିଟିଭ । ସଙ୍ଗରୋଧରୁ ୬ ହଜାର ୨୯୩ ଓ ସ୍ଥାନୀୟ ଅଂଚଳରୁ ୪୫ ହଜାର ୬୩୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କ ମଧ୍ୟରେ ୧ ହଜାର ୨୧ ଜଣ ହେଉଛନ୍ତି ଶିଶୁ ଓ କିଶୋର ।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩ ହଜାର ୮୭, ସୁନ୍ଦରଗଡରୁ ୧ ହଜାର ୯୪୩, କଟକରୁ ୯୦୯, ସମ୍ବଲପୁରରୁ ୫୦୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୟୂରଭଞ୍ଜ ଜିଲ୍ଲାରୁ ୩୭୬, ବାଲେଶ୍ୱର ଜିଲ୍ଲାରୁ ୩୨୬, ବଲାଙ୍ଗିରରୁ ୨୫୯, ଜଗତସିଂହପୁରରୁ ୨୨୨, ଝାରସୁଗୁଡାରୁ ୨୧୧, ଯାଜପୁରରୁ ୨୧୦, ପୁରୀରୁ ୧୯୮, କୋରାପୁଟରୁ ୧୬୫, ରାୟଗଡାରୁ ୧୫୬, ବରଗଡରୁ ୧୪୫, ନୟାଗଡରୁ ୧୪୫, କଳାହାଣ୍ଡିରୁ ୧୪୪, ଗଞ୍ଜାମରୁ ୧୩୯, ଗଜପତିରୁ ୧୩୫, ନବରଙ୍ଗପୁରରୁ ୧୦୬, ଅନୁଗୁଳରୁ ୧୦୪, ସୋନପୁରରୁ ୧୦୨, ଭଦ୍ରକରୁ ୧୦୧, କେନ୍ଦୁଝରରୁ ୮୪, ନୂଆପଡାରୁ ୭୫, କେନ୍ଦ୍ରାପଡାରୁ ୭୫,ଢେଙ୍କାନାଳରୁ ୬୯, ମାଲକାନଗିରିରୁ ୫୪, କନ୍ଧମାଳରୁ ୪୨, ବୌଦ୍ଧରୁ ୩୮, ଦେବଗଡରୁ ୨୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଷ୍ଟେଟ ପୁଲରୁ ୭୧୨ଟି ମାମଲା ଆସିଛି ।

ରାଜ୍ୟରେ ଏଯାଏଁ ମୋଟ ୧୧ ଲକ୍ଷ ୨୨ ହଜାର ୭୩୫ ଜଣ କୋରୋନା ସଂକ୍ରମିତ ହୋଇସାରିଛନ୍ତି । ୧୦ ଲକ୍ଷ ୫୨ ହଜାର ୩୯୫ ଜଣ ସୁସ୍ଥ ହୋଇସାରିଛନ୍ତି । ରାଜ୍ୟରେ ସକ୍ରିୟ ମାମଲା ସଂଖ୍ୟା ଏବେ ୬୧ ହଜାର ୮୦୯ ରହିଛି ।

Comments are closed.